ଅନୁଗୋଳ: ଜାତୀୟ ରାଜପଥରେ ଡିଭାଇଡରେ ପିଟି ହେଲା ଟୁରିଷ୍ଟ ଗାଡ଼ି । ୧୭ ଜଣ ଗୁରୁତର ହୋଇଛନ୍ତି । ସମ୍ବଲପୁରର ମାଆ ସମଲେଶ୍ୱରୀ ଦର୍ଶନ ପାଇଁ ଏକ ଟୁରିଷ୍ଟ ଗାଡ଼ିର ଲୋକମାନେ ଯାଉଥିବା ବେଳେ ଯାଉଥିବା ବେଳେ ଡିଭାଇଡର ପିଟି ହୋଇଥିଲା । ୫୫ ନମ୍ବର ଜାତୀୟ ରାଜ ପଥର ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡ଼ିରେ ବସିଥିବା ୧୭ ଜଣ ଗୁରୁତର ହୋଇଛନ୍ତି ।ସେମାନଙ୍କୁ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ କିଶୋରନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରରୁ ସମ୍ବଲପୁର ସମଲେଇ ଦର୍ଶନ କରିବା ପାଇଁ ୧୭ ଜଣ ଯାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ଗାଡ଼ି ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା । ବଇଣ୍ଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

