ଜିଲ୍ଲା ସ୍ତରୀୟ ସ୍ତରୀୟ ମାଣ୍ଡିଆ ଦିବସ ପାଳନ

ଅନୁଗୋଳ,ତା. ୦୭.୧୧:- ଜିଲ୍ଲା କୃଷି ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଆଜି ବ୍ଲାକମହି । ଡାଇମଣ୍ଡ୍ ଣ୍ଡ୍ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ‘କୃଷି ପରମ୍ପରା ଓ କୃଷି ବିବିଧତା’ ସରଂକ୍ଷଣରେ ମହିଳାମାନଙ୍କ ଭୂମିକା ବିଷୟ ବସ୍ତୁ | ? ଆଧାରିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ମୁଖ୍ୟ ଅତିଥ୍ | ଭାବେ ଯୋଗ ଦେଇ ଯୁବ ପିଢୀମାନେ ଖାଦ୍ୟରେ ମାଣ୍ଡିଆ ସାମିଲ କରିବା ଉପରେ ଗୁରୁତ୍ଵ ଦେଇଥିଲେ ।

ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର ଯୋଗ ଦେଇ, ମାଣ୍ଡିଆ ତଥା ଅନ୍ୟାନ୍ୟ କ୍ଷୁଦ୍ର ଶସ୍ୟର ଖାଦ୍ୟ ସାର ଉପରେ ଆଲୋକପାତ କରି ଆମର ଦୈନିକ ଖାଦ୍ୟ ସାରଣାରେ ମାଣ୍ଡିଆ ସାମିଲ ଉପରେ ଗୁରୁତ୍ବାରୋପ କରିଥିଲେ ।

ଏହା ସହ ସେ ମୁଲ୍ୟ ଯୁକ୍ତ ଉତ୍ପାଦ ତଥା ବଜାରିକରଣ ଉପରେ ଗୁରୁତ୍ବ ପ୍ରଦାନ କରି ବେସରକାରୀ ସଂସ୍ଥା ପରି ଚାଷୀମାନେ ଆଞ୍ଚଳିକ ଚାହିଦା ଅନୁସାରେ ପଦ୍ଧତି ଅନୁସରଣ କଲେ ଚାଷୀମାନେ ଅଧିକ ଲାଭ ପାଇବା ସହ ଧାନ ଚାଷ ବଦଳରେ ମିଲେଟ ଚାଷ କରି ଧାନର ଅଭାବି ବିକ୍ରିରୁ ବଉଁପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ସାମିଲ ଊପରେ ଗୁରୁତ୍ବ ଦେଇଥିଲେ ।

ଖରିଫ ଓ ରବି ଊଭୟ ଋତୁରେ କୌଣସି ଜମି ପଡିଆ ନ ରଖ୍ ମାଣ୍ଡିଆ ଚାଷ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧୁକାରୀ ଶ୍ରୀ ଦେବଦତ୍ତ ମହନ୍ତ ଯୋଗ ଦେଇ ଶ୍ରୀ ଅନ୍ନର ମହତ୍ବ ସମ୍ପର୍କରେ ବୁଝାଇଥୁଲେ ଏବଂ ମାଣ୍ଡିଆ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ । ଏହି ଊତ୍ସବରେ ଚଳିତ ବର୍ଷର ବିଷୟ ବସ୍ତୁ ‘କୃଷି ବିବିଧତା ଓ କୃଷି ପରମ୍ପରା ସରଂକ୍ଷଣ’ ଆଧାରକୁ ନଜରରେ ରଖ୍ ଜିଲ୍ଲାର ୫ ଟି ମିଲେଟ ବ୍ଳକରୁ ୧୦ ଜଣ ମହିଳା ଅଗ୍ରଣୀ ଚାଷୀଙ୍କୁ ସମ୍ମାନୀତ କରାଯାଇଥିଲା । ଏହାଛଡା ଶ୍ରୀ ଅନ୍ନ ଅଭିଯାନ ତରଫରୁ ୪ ଟି ମହାଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବାୟୋ ୟୁନିଟ୍ ସ୍ଥାପନା ପାଇଁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥୁଲା । ବିଗତ ବର୍ଷର ବାର୍ଷିକ ବିବରଣୀ ପୁସ୍ତିକା ଏହି ଅବସରେ ଉନ୍ମୋଚନ କରାଯାଇଥୁଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର ଡଃ.ଦେବାଶିଷ ମିଶ୍ର, ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସତ୍ୟ ନାରାୟଣ ସାହୁଙ୍କ ସମେତ କୃଷି ବିଭାଗର କର୍ମଚାରୀ, କୃଷକ ଓ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ‘ଆତ୍ମା’ ଉପ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଭାତି ରାମ ପରିଚାଳନା କରିଥୁବାବେଳେ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

