ଭୁବନେଶ୍ବର: ଶିକ୍ଷକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ବସ୍ତି । TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବ ନାହିଁ ଚାକିରି । କୋର୍ଟ କହିଛନ୍ତି, TET ପାସ୍ କରିବା ପାଇଁ RTE ଆଇନ ଅନୁଯାୟୀ ବର୍ଦ୍ଧିତ ସମୟ ସୀମା ୨୦୧୯ ମାର୍ଚ୍ଚ ୩୧ ଦିଆଯାଇଥିଲା । ସେହି ସମୟ ପୂର୍ବରୁ ଯଦି କୌଣସି ଶିକ୍ଷକ ଯୋଗ୍ୟତା ହାସଲ କରିଛନ୍ତି ତାହେଲେ ନିଯୁକ୍ତି ସମୟରେ TET ନଥିବା ଯୋଗୁ ଚାକିରିରୁ ବରଖାସ୍ତ କରାଯାଇପାରିବନାହିଁ ।ମୁଖ୍ୟ ବିଚାରପତି ବି.ଆର୍. ଗଭାଇଙ୍କ ଖଣ୍ଡପୀଠ କାନପୁରର ଦୁଇଜଣ ସହକାରୀ ଶିକ୍ଷକଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଦୁଇ ଶିକ୍ଷକଙ୍କୁ ୨୦୧୨ରେ ନିଯୁକ୍ତି ପରେ ୨୦୧୮ରେ ବରଖାସ୍ତ କରାଯାଇଥିଲା । କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷକମାନେ ୨୦୧୪ ସୁଦ୍ଧା TET ପାସ୍ କରିସାରିଥିଲେ । ତେଣୁ ୨୦୧୯ ଡେଡ୍ ଲାଇନ୍ ପୂର୍ବରୁ ସେମାନେ ଯୋଗ୍ୟ ଥିଲେ । କୋର୍ଟଙ୍କ ବରଖାସ୍ତ ଆଦେଶକୁ ବାତିଲ କରି ଉଭୟ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେମାନେ ପୂର୍ବର ବେତନ ପାଇବାକୁ ହକଦାର ହେବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏହି ରାୟ ହଜାର ହଜାର ଶିକ୍ଷକଙ୍କ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

