ଶିକ୍ଷାନୁଷ୍ଠାନ ର ଅର୍ଥରେ ମଉଜମଜଲିସ ପରି ଅଭିଯୋଗ – ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ – ଫୋନ୍ ମାଧ୍ୟମରେ ଏହାକୁ ଖଣ୍ଡନ କଲେ ବଅଁରପାଳ କଲେଜ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ
ଅନୁଗୋଳ – ଅନୁଗୋଳ ଜିଲ୍ଲା ଖବର ବିଶେଷ ଉପରେ ‘ଜାଗ୍ରତ ଭାରତ ନ୍ୟୁଜ’ ଏକ ଅଭିଯୋଗକୁ ନେଇ ପ୍ରଥମେ ଏକ ଖବର ପ୍ରସାରଣ କରିଥିଲା। ଶିକ୍ଷାନୁଷ୍ଠାନ ର ଅର୍ଥରେ ମଉଜମଜଲିସ ପରି ଅଭିଯୋଗ କୁ ସାର୍ବଜନୀନ କରିଥିଲା, ଯାହାକି ସଂପୂର୍ଣ୍ଣ ଭାବେ ଅଭିଯୋଗ ପତ୍ରରେ ଦର୍ଶାଇଥିବା ଲେଖା ଉପରେ ଲେଖାଯାଇଥିଲା। କଲେଜ୍ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ନାମରେ ଅଭିଯୋଗକୁ କିଛି ବ୍ୟକ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ପଠାଇ ଥିଲେ । ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଅଭିଯୋଗକୁ ଗୁରୁତ୍ତର ଭାବେ ବିଚାରକୁ ନେଇ ଅନୁଗୋଳ ଜିଲ୍ଲା ଜିଲ୍ଲାପାଳଙ୍କ ପ୍ରକୋଷ୍ଟ କୁ ପଠାଇ ଏହାର ସ୍ପଷ୍ଟିକରଣ ମାଗିଥିଲେ। ଜିଲ୍ଲାପାଳ ଏହି ଅଭିଯୋଗ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଅଭିଯୋଗ ଆଧାରରେ ବଅଁରପାଳ ହାଇଅର ସେକେଣ୍ଡାରୀ ସ୍କୁଲ ତଥା +୨ କଲେଜ୍ ର ପ୍ରିନ୍ସିପାଲ୍ ଙ୍କ ନିକଟକୁ ପଠାଇ ସ୍ପଷ୍ଟିକରଣ ମାଗିଥିଲେ। କଲେଜର ଉନ୍ନତି ବଦଳରେ କଲେଜର ନାମଲେଖା ଓ ଭୋକେସନାଲ ଇନ୍ଷ୍ଟ୍ରୁମେଣ୍ଟ କିଣା ଓ ସରକାରଙ୍କ ତରଫରୁ ଆସୁଥିବା ଟଙ୍କାକୁ କିଛି ଜିନିଷ କିଣି ମିଛ ବିଲ୍ କରି ଆତ୍ମସାତ କରୁଛନ୍ତି ଏବଂ କଲେଜ ଟଙ୍କାରେ କାଉନ୍ସିଲ୍ ଯିବା ନାଁରେ ଭୁବନେଶ୍ଵର, ପୁରୀ ନିଜର ବ୍ୟକ୍ତିଗତ କାମରେ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଉକ୍ତ ବିଷୟକୁ ଧ୍ୟାନଦେଇ ତାର ଉଚ୍ଚ ସ୍ତରୀୟ ତଦନ୍ତ କରି ଶ୍ରୀଯୁକ୍ତ ଅଶୋକ କୁମାର ପ୍ରଧାନକୁ ଅଧ୍ୟକ୍ଷ ପଦରୁ ବହିଷ୍କୃତ କରିବା ପାଇଁ ଦାବି କରିଛନ୍ତି ଏହି ବିଷୟରେ ଜିଲ୍ଲା ଶିକ୍ଷାଧିକାରୀ ଘଟଣାର ତଦନ୍ତ କରିଥିବା ବେଳେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କଲେଜ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ କହିବା ସହିତ ତଦନ୍ତରେ ଯଦି ଦୋଷୀ ସାବ୍ୟସ୍ତ ହୁଏ ତେବେ ଯାହା ଦଣ୍ଡ ଦିଆଯିବ ସେ ଗ୍ରହଣ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ଏକ ମିଛ ଅଭିଯୋଗ ବୋଲି ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଫୋନ୍ ମାଧ୍ୟମରେ ଜାଗ୍ରତ ଭାରତ ନ୍ୟୁଜ୍ କୁ ସୁଚନା ଦେଇଛନ୍ତି।



