“ଥାନା ରେ ଅଟକ ରହିଲେ ଚାଷୀ”
ବରଗଡ:୧୪/୧୧(ପବିତ୍ର ମେହେର) ଚଳିତ ୠତୁର ଧାନ କିଣାବିକା ପାଇଁ ଆଜି ବରଗଡ଼ରେ ଡିଏଲପିସି ବୈଠକ ହେବା ପୂର୍ବରୁ ଅତାବିରା ଅଞ୍ଚଳର କିଛି ଚାଷୀନେତା ଓ ଚାଷୀ ମାନଙ୍କୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଅତାବିରା ଥାନାରେ ଅଟକ ରଖାଯାଇଥିଲା।ପାଖାପାଖି ୫ହଜାରରୁ ଉର୍ଦ୍ଧ୍ବ ବଂଚିତ ଚାଷୀଙ୍କୁ ପଂଜୀକରଣ କରିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଚାଳିଥିବା ବେଳେ ଶୁକ୍ରବାର ଡ଼ି,ଏଲ,ପି,ସି ବୈଠକ ଥିଲା ।ଅପରାହ୍ନରେ ଆନ୍ଦୋଳନ ଜାରି ରଖିବା ପାଇଁ ବରଗଡ଼ରେ ଅପେକ୍ଷାରତ ଥିବା ଚାଷୀନେତା ଓ ଚାଷୀ ମାନଙ୍କୁ ସମ୍ଭାବ୍ୟ ଅପ୍ରତିକିର ପରିସ୍ଥିତି ଉପୁଜିବା ଆଶଙ୍କା କରିଅତାବିରା ଥାନାକୁ ଆଣି ପୁଣି ଅଟକ ରଖିଥିଲେ।ଏଥିରେ ଅତାବିରା ବ୍ଳକ, ଭେଡେନ ବ୍ଳକ, ବିଜେପୁର ବ୍ଳକର ସମୁଦାୟ ୩୬ ଜଣଙ୍କୁ ଅଟକ ରଖିଥିଲେ। ପ୍ରଥମେ ଚାଷୀ ପଞ୍ଜିକରଣ ପରେ ଡିଏଲପିସି ର ନାରା ଦେଇଥିଲେ।। ଅପରାହ୍ଣ ୫ଟାରେ ପୁଲିସ ସେମାନଙ୍କୁ ଛାଡ଼ି ଦେଇଥିଲା।



