ଯୋଡ଼ା ଥାନା ଅନ୍ତର୍ଗତରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ମହିଳା ମୃତ

କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ଯୋଡ଼ା ପୌରାଞ୍ଚଳ ତଥା ଯୋଡ଼ା ଥାନା ଅନ୍ତର୍ଗତ ଗତ ସଂନ୍ଧ୍ୟାରେ ଏକ ମର୍ମନ୍ଦୂତ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ମୃତ। ଯାହାକି ସୂଚନା ରହିଛି ଗତ ସଂଧ୍ୟା ପାଞ୍ଚଟା ସମୟ ପାଖାପାଖି ଏକ ସ୍କର୍ପିଓ ନମ୍ବର୍ OR 09 P 8928 ଗାଡ଼ି ବଡ଼ବିଲରୁ ବାଂଶପାଣି ଅଭିମୁଖେ ଯାଉଥିବା ସମୟରେ ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ବାଂଶପାଣି ଫ୍ଲାଏଓଭର ଉପରେ ଏକ ହାଇୱା ବିପରୀତ ଦିଗରୁ ଆସି ଉକ୍ତ ସ୍କର୍ପିଓ କୁ ଧକ୍କା ଦେବାରୁ ସେଥିରେ ବସିଥିବା ତିନିଜଣ ଆହତ ହୋଇଥିଲେ ତାଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ୍ ପହଞ୍ଚି ଉଦ୍ଧାର କରି ଯୋଡ଼ା ଟିସ୍କୋ ମେଡ଼ିକାଲ କୁ ନେଇଥିବା ବେଳେ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଉକ୍ତ ଗାଡ଼ିରେ ଥିବା ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା। ତାଙ୍କ ଶରୀରକୁ ଯୋଡ଼ା ଟିସ୍କୋ ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା।ତେବେ ଘଟଣା ସ୍ଥଳରେ ଯୋଡ଼ା ପୋଲିସ୍ ପହଞ୍ଚି ଥିବା ବେଳେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ମଧ୍ୟ ଡାକ୍ତଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। ତେବେ ଘଟଣାଟି ପ୍ରଘଟ ହେବାପରେ ଯୋଡ଼ା ଟିସ୍କୋ ହସ୍ପିଟାଲ ରେ ଲୋକଙ୍କ ଗହଳି ଜମିଥିବା ଦେଖିବାକୁ ମିଳିଥିଲା। ମୃତକ ମହିଳା ଜଣକ ବଡ଼ବିଲ ଥାନା ଅନ୍ତର୍ଗତ ବିଷ୍ଣୁଗୁପ୍ତ ପ୍ରାସାଦ ଙ୍କ ଧର୍ମପତ୍ନୀ ସୋନାଲି ଓଝା ହୋଇଥିବା ନେଇ ସୂଚନା ଏବଂ ଆଜି ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ମେଡ଼ିକାଲ ପରିସରରେ ଶତାଧିକ ସଂଖ୍ୟାରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



