ଢେଙ୍କାନାଳ ଜିଲ୍ଲା ଷଷ୍ଠ ଜିଲ୍ଲା ପରିଷଦର ଦଶମ ସାଧାରଣ ବୈଠକ ଅନୁଷ୍ଠିତ ।
ଢ଼େଙ୍କାନାଳ, ତା. ୨୧.୧୧.୨୦୨୫- ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଢ଼େଙ୍କାନାଳ ଜିଲ୍ଲା ଷଷ୍ଠ ଜିଲ୍ଲା ପରିଷଦର ଦଶମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାର ବିକାଶମୂଳକ କାର୍ଯ୍ୟରେ ଅଧିକାରୀମାନେ ପରିଷଦର ସଦସ୍ୟମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ବିଭାଗରେ ଚାଲୁଥିବା ସମସ୍ତ ପ୍ରକଳ୍ପକୁ ଯଥାଶୀଘ୍ର ଶେଷ କରିବାକୁ ସଭ୍ୟ ସଭ୍ୟା ମାନେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପାନୀୟଜଳ ଯୋଗାଣ ଓ ପରିମଳ, ଜିଲ୍ଲା ସମାଜ ମଙ୍ଗଳ’ କୃଷି ବିଭାଗ, ଜିଲ୍ଲା ଶିକ୍ଷା ଓ ସମଗ୍ର ଶିକ୍ଷା, ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଉଠା ଜଳସେଚନ ଓ କ୍ଷୁଦ୍ର ଜଳସେଚ଼ନ, ଜଳ ବିଭାଜିକା ଆଦି ପ୍ରମୂଖ ବିଭାଗର କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ବିଳାସିନୀ ସେଠୀ, ସମସ୍ତ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟା ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା-ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଂଜନ ସେଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।



