Spread the love

ଆଗାମୀ ପାର୍ବଣଋତୁକୁ ଆଖିଆଗରେ ରଖି ବଡ଼ବିଲ ପୋଲିସ୍ ପକ୍ଷରୁ ଯାନବାହନ କଡାକଡି ଯାଞ୍ଚ।

ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା ଯାହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ରଖିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ୍ କୁ କଡାକଡି କରାଯାଉଥିବା ଦେଖିବାକୁ ମିଳିଛି। ସେହି ପରିପ୍ରେକ୍ଷୀରେ ଆଜି ଖୋଦ୍ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଡ଼ବିଲ ପୋଲିସ୍ ପକ୍ଷରୁ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କିରିବୁରୁ ଛକ ନିକଟରେ ଯାତାୟତ କରୁଥିବା ସମସ୍ତ ଯାନବାହନ ଗୁଡ଼ିକର କଡାକଡି ଯାଞ୍ଚ୍ କରାଯାଉଥିବା ଦେଖିବାକୁ ମିଳିଛି ଏବଂ ଅଞ୍ଚଳର ତଥା ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ବିଲ ପୋଲିସ୍ ପକ୍ଷରୁ ଏହିଭଳି ଯାଞ୍ଚ୍ ଆଗାମୀ ଦିନରେ ଚାଲୁ ରହିବା ନେଇ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ସୂଚନା ଦେଇଛନ୍ତି ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *