JSW କମ୍ପାନୀକୁ ଅହେତୁକ ଅନୁକମ୍ପା ୱାର୍ଡ଼ମେମ୍ବର୍ ଭାଙ୍ଗିଲେ ପୌରାଧ୍ୟକ୍ଷଙ୍କ କାର୍ଯ୍ୟାଳୟର କାଚ

କେନ୍ଦୁଝର ଜିଲ୍ଲାରେ ଘରୋଇ କମ୍ପାନୀ JSW କୁ ଅହେତୁକ ଅନୁକମ୍ପା ଦିଆଯାଉଥିବା ଅଭିଯୋଗ ଲୋକଙ୍କ ପଟ୍ଟା ଭୁକ୍ତ ଜମିରେ JSW କମ୍ପାନୀ ସ୍ଲରି ପାଇପ୍ ଲାଇନ୍ ବିଛାଇବାକୁ ବିରୋଧ।କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଯୋଡ଼ା ପୌରପାଳିକାରେ ବସବାସ କରୁଥିବା କିଛି ଆଦିବାସୀ ଲୋକଙ୍କ ପଟ୍ଟାଭୁକ୍ତ ଜମିରେ ସ୍ଲରୀ ପାଇପ ଲାଇନ୍ ଖୋଳାକୁ ବାରମ୍ବାର ବିରୋଧ କରି ଆସୁଥିଲେ ୱାର୍ଡର ୱାର୍ଡ଼ମେମ୍ବର୍ ସୌଦାମିନୀ ନାଏକ ।

ଏନେଇ ସେ କେନ୍ଦୁଝର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ହେଲେ, ବାରମ୍ବାର ଅଭିଯୋଗ ସତ୍ତ୍ଵେ ମଧ୍ୟ ସଂପୃକ୍ତ JSW କମ୍ପାନୀକୁ NOC କିପରି ଦିଆଗଲା, ଏନେଇ ସେ ଗୁରୁବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ପୌରପାଳିକା କାର୍ଯ୍ୟାଳୟରେ ପହଞ୍ଚି ପୌରାଧ୍ଯକ୍ଷଙ୍କୁ ଭେଟିବା ପାଇଁ ଆସିଥିଲେ । ହେଲେ, ପୌରାଧ୍ୟକ୍ଷ ଅନୁପସ୍ଥିତ ଥିବା କାରଣରୁ ସେ ଉତ୍ତେଜିତ ହୋଇ ପୌରାଧ୍ୟକ୍ଷଙ୍କ କାର୍ଯ୍ୟାଳୟର ସମ୍ମୁଖ କାଚକୁ ପଥରରେ ଭାଙ୍ଗିଥିଲେ ଓ ସେଠାରେ ଥିବା ଟେବୁଲ୍ ଓ ଫୁଲକୁଣ୍ଡ କୁ ମଧ୍ୟ ଭଙ୍ଗାରୁଜା କରିଥିଲେ ।

ଏନେଇ ସେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟ କରିବା ପରେ ଅଧିକାରୀ ଶ୍ୱେତପଦ୍ମା ଧଳ କହିଛନ୍ତି ଯେ, ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ । କାଉନସିଲର୍ ଙ୍କର ଏଭଳି କାର୍ଯ୍ୟକୁ ନେଇ ଯୋଡା ସହରରେ ଏକ ପ୍ରକାର ଆଲୋଡନ ସୃଷ୍ଟି ହୋଇଛି । ସ୍ଲରୀ ପାଇପ ଲାଇନ୍ କୁ ପଟ୍ଟାଭୁକ୍ତ ଜମିରେ ଯିବାପାଇଁ କିପରି ଦିଆଗଲା ,ଏଥିରେ କିଏ କିଏ ସଂପୃକ୍ତ ଅଛନ୍ତି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ରହିଛି ବୋଲି ଅନ୍ୟକିଛି ୱାର୍ଡ଼ମେମ୍ୱର ମଧ୍ୟ ମତପୋଷଣ କରିଛନ୍ତି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

