ତାମିଲନାଡ଼ୁରେ ଆରମ୍ଭ ‘ଥଲାପତି’ ବିଜୟଙ୍କ ବିଜୟ ରାଜ: ଆଜି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ
ଚେନ୍ନାଇ: ତାମିଲନାଡ଼ୁ ରାଜନୀତିରେ ଆଜି ଏକ ନୂଆ ତଥା ଐତିହାସିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା ଅଭିନେତାରୁ ରାଜନେତା ପାଲଟିଥିବା ‘ଥଲାପତି’ ବିଜୟ ଆଜି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।
ବିଧାନସଭା ନିର୍ବାଚନରେ ବିଜୟଙ୍କ ରାଜନୈତିକ ଦଳ ‘ତାମିଝାଗା ଭେତ୍ରି କାଜାଗମ୍’ (TVK) ଏକ ବିପୁଳ ଓ ଐତିହାସିକ ବିଜୟ ହାସଲ କରିଛି। ଦଳର ଏହି ପ୍ରଚଣ୍ଡ ବହୁମତ ପରେ ସମଗ୍ର ରାଜ୍ୟରେ ତାଙ୍କ ସମର୍ଥକ ଏବଂ ପ୍ରଶଂସକଙ୍କ ମଧ୍ୟରେ ଉତ୍ସବର ମାହୋଲ ଖେଳିଯାଇଛି। ଏଥି ସହିତ କଂଗ୍ରେସ ଓ ବାମଦଳଙ୍କର ନିସର୍ଥ ସମର୍ଥନ ରହିଛି।
ଶପଥ ଗ୍ରହଣ ଉତ୍ସବର ମୁଖ୍ୟ ଖବର:
- ସମୟ: ଆଜି ସକାଳ ଠିକ୍ ୧୦:୦୦ ଘଟିକା।
- କାର୍ଯ୍ୟକ୍ରମ: ଏକ ଭବ୍ୟ ଆୟୋଜନ ମଧ୍ୟରେ ବିଜୟ ପଦ ଏବଂ ଗୋପନୀୟତାର ଶପଥ ପାଠ କରିବେ।
- ଉପସ୍ଥିତି: ଏହି ମହାସମାରୋହରେ କଂଗ୍ରେସ ଦଳ ତଥା ଲୋକସଭା ର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ରାଜନେତା, ସିନେମା ଜଗତର ଜଣାଶୁଣା ତାରକା ଏବଂ ସାଧାରଣ ଜନତା ସାମିଲ ହେବାର ବ୍ୟବସ୍ଥା କରାଯାଇଛି।
ନିର୍ବାଚନ ପ୍ରଚାର ସମୟରେ ବିଜୟ ରାଜ୍ୟର ସାମଗ୍ରିକ ବିକାଶ, ଦୁର୍ନୀତି ମୁକ୍ତ ଶାସନ ଏବଂ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇଥିଲେ, ଯାହାକୁ ତାମିଲନାଡ଼ୁବାସୀ ହୃଦୟର ସହ ଗ୍ରହଣ କରିଛନ୍ତି। ଆଜିର ଶପଥ ଗ୍ରହଣ ସହିତ ତାମିଲନାଡ଼ୁରେ ଆନୁଷ୍ଠାନିକ ଭାବେ “ବିଜୟ ରାଜ”ର ଶୁଭାରମ୍ଭ ହେବାକୁ ଯାଉଛି।
ଲକ୍ଷ ଲକ୍ଷ ଲୋକ ଟେଲିଭିଜନ ତଥା ସୋସିଆଲ ମିଡିଆ ମାଧ୍ୟମରେ ଏହି ଐତିହାସିକ ମୁହୂର୍ତ୍ତର ସିଧାପ୍ରସାରଣ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି।
#ThalapathyVijay #VijaySwearingIn #CMVijay #TamilNaduPolitics #TVK #VijayRajInTN #TamilNaduElections #ActorToLeader #ThalapathyForTN



