Spread the love

### Oଏଭିଏଏସ୍‌ ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ୍ ଚିଠି ନକଲି, ସ୍ପଷ୍ଟ କଲା ବିଭାଗ

 

ଯୋଗ୍ୟତା ଓ ଶିକ୍ଷାଗତ ମାନଦଣ୍ଡରେ ପରିବର୍ତ୍ତନ ନେଇ ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ

 

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS)ର ଟିଜିଟି (TGT) ଶିକ୍ଷକଙ୍କ ଯୋଗ୍ୟତା ମାନଦଣ୍ଡ ଓ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ ନେଇ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଏକ ଚିଠିକୁ ନକଲି ବୋଲି ସ୍ପଷ୍ଟ କରିଛି ଗଣଶିକ୍ଷା ବିଭାଗ।

 

ବିଭାଗର ସୂଚନା ଅନୁଯାୟୀ, ୦୫ ଅକ୍ଟୋବର ୨୦୨୬ ତାରିଖର ଚିଠି ନମ୍ବର ୨୧୮୯୭/SME ଉଲ୍ଲେଖ ଥିବା ଏହି ଚିଠିଟି ସମ୍ପୂର୍ଣ୍ଣ ଜାଲ୍ ଓ ମନଗଢ଼ା। ବିଭାଗ ପକ୍ଷରୁ ଏଭଳି କୌଣସି ଚିଠି ଜାରି କରାଯାଇନାହିଁ।

 

ଏହି ନକଲି ଚିଠିକୁ ନେଇ ଆଶାୟୀ ପ୍ରାର୍ଥୀମାନେ ଆତଙ୍କିତ କିମ୍ବା ଚିନ୍ତିତ ନ ହେବାକୁ ବିଭାଗ ପରାମର୍ଶ ଦେଇଛି। ନିଯୁକ୍ତି ସମ୍ପର୍କିତ ପ୍ରକୃତ ଓ ପ୍ରାମାଣିକ ସୂଚନା ପାଇଁ କେବଳ ଗଣଶିକ୍ଷା ବିଭାଗ (S&ME) ଏବଂ OAVSର ଅଫିସିଆଲ୍ ୱେବସାଇଟ୍‌କୁ ଅନୁସରଣ କରିବାକୁ କୁହାଯାଇଛି।

 

ବିଭାଗର ସ୍ପଷ୍ଟୀକରଣ: OAVS TGT ଶିକ୍ଷକଙ୍କ ଯୋଗ୍ୟତାରେ ପରିବର୍ତ୍ତନ ସମ୍ପର୍କିତ ଭାଇରାଲ୍ ଚିଠି ଉପରେ ବିଶ୍ୱାସ ନକରିବା ସହ ଅଫିସିଆଲ୍ ସୂଚନାକୁ ହିଁ ଗୁରୁତ୍ୱ ଦିଅନ୍ତୁ।

Leave a Reply

Your email address will not be published. Required fields are marked *

You missed