Spread the love

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଆୟୋଜିତ ହେବ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି।

ଅଭିଯାନ ଅଧୀନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ହେବ।

ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୬୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରାଯାଇ ଜିଲ୍ଲାଗୁଡ଼ିକୁ ବଣ୍ଟନ କରାଯିବ।ଅଗଷ୍ଟ ୯ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ତ୍ରିରଙ୍ଗା ରାଲି ହେବ। ଏଥିରେ ମୁଖ୍ୟମନ୍ତ୍ରୀ, ସରକାରୀ ଅଧିକାରୀ, ଯୁବବର୍ଗ, ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‌, NCC ଓ NSS ସ୍ୱେଚ୍ଛାସେବୀଙ୍କ ସମେତ ସାଧାରଣ ଲୋକ ସାମିଲ ହେବେ।

ଅଗଷ୍ଟ ୧୪ରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଏବଂ ଅଗଷ୍ଟ ୧୫ରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ। ଏହାସହ ‘ଭାରତୀୟମ୍’, ଦେଶାତ୍ମବୋଧକ ସଙ୍ଗୀତ, ବାଲୁକା କଳା, ରଙ୍ଗୋଲି ଓ ‘Selfie with Tiranga’ ଭଳି କାର୍ଯ୍ୟକ୍ରମ ହେବ।

ଅଗଷ୍ଟ ୯ରୁ ୧୭ ମଧ୍ୟରେ ନାଗରିକମାନେ ତ୍ରିରଙ୍ଗା ସହ ସେଲ୍ଫି ନେଇ ଅନଲାଇନ୍‌ରେ ଅପଲୋଡ୍‌ କରି ଡିଜିଟାଲ ପ୍ରମାଣପତ୍ର ପାଇପାରିବେ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଅଭିଯାନକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେବ।

ଅଭିଯାନ ଅଧୀନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ହେବ। ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୬୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରାଯାଇ ଜିଲ୍ଲାଗୁଡ଼ିକୁ ବଣ୍ଟନ କରାଯିବ।

Leave a Reply

Your email address will not be published. Required fields are marked *