Spread the love

ଅମ୍ବାଭୋନା ବ୍ଲକସ୍ତରୀୟ ସାଇବର ନିରାପତ୍ତା ସଚେତନତା ଅଭିଯାନ -୨୦୨୫

ବରଗଡ଼:୨୯/୧୦ (ପବିତ୍ର ମେହେର):: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଛାତ୍ରାବସ୍ଥାରୁ ସାଇବର ଅପରାଧ ପ୍ରତି ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବ୍ଲକସ୍ତରୀୟ ସାଇବର ନିରାପତ୍ତା ସଚେତନତା ଅଭିଯାନ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମ୍ମିଳିନୀ କକ୍ଷରେ ଏବିଇଓ ଲାଲ ମୋହନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅତିଥି ଭାବରେ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡେମୋଷ୍ଟ୍ରେଟର ଜୟନ୍ତ ବାରିକ, ଇକୋ କ୍ଲବ୍ ମାଷ୍ଟର ଟ୍ରେନର ତଥା ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ, ଶିକ୍ଷକ ପରମେଶ୍ବର ରଥ, ମନୋହର ସାହୁ,ତପେଶ୍ୱର ପ୍ରଧାନ,ସି ଆର ସିସି କେଦାର ନାଏକ ଯୋଗ ଦେଇଥିଲେ।ଏହି ଉପଲକ୍ଷେ ଶିକ୍ଷା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାଇବର ନିରାପତ୍ତା ସଂକ୍ରାନ୍ତୀୟ ତର୍କ ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ତର୍କ ପ୍ରତିଯୋଗିତାରେ କନିଷ୍ଠ ବିଭାଗରୁ ଇଂରାଜୀ ପ୍ରସଙ୍ଗରେ ଜନତା ହାଇସ୍କୁଲର ଛାତ୍ରୀ ରିୟା ବାରିକ ପ୍ରଥମ, ପଞ୍ଚାୟତ ହାଇସ୍କୁଲ କଣ୍ଡପଲାର ଛାତ୍ରୀ ରୋଶନୀ ପଧାନ ଦ୍ବିତୀୟ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଉନ୍ତାମାଲର ଛାତ୍ରୀ ତୁଷାରିକା କର୍ତ୍ତା ଏବଂ ପିଏମ୍ ଶ୍ରୀ କେଦାରନାଥ ଆଦିବାସୀ ସରକାରୀ ହାଇସ୍କୁଲ, ଅମ୍ବାଭୋନାର ଛାତ୍ରୀ ଖୁସିରାଣୀ ପାତ୍ର ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଠିକ୍ ସେହିପରି ତର୍କ ପ୍ରତିଯୋଗିତାର ଓଡ଼ିଆ ପ୍ରସଙ୍ଗରେ ପଞ୍ଚାୟତ ହାଇସ୍କୁଲ କଣ୍ଡପଲାର ଛାତ୍ରୀ ଜସ୍ମିନ ବାରିକ,ପିଏମ୍ ଶ୍ରୀ କେଦାରନାଥ ଆଦିବାସୀ ସରକାରୀ ହାଇସ୍କୁଲ, ଅମ୍ବାଭୋନାର ଛାତ୍ରୀ ସୌମ୍ୟା ପ୍ରିୟଦର୍ଶିନୀ କୁମୁରା ଏବଂ ଜନତା ହାଇସ୍କୁଲର ଛାତ୍ରୀ ଡଲି ପ୍ରଧାନ ଯଥାକ୍ରମେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ବରିଷ୍ଠ ବିଭାଗରୁ ଇଂରାଜୀ କୁଇଜ୍ ପ୍ରତିଯୋଗିତାରେ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ଭୁକ୍ତାର ଛାତ୍ରୀ ଶ୍ରାବଣୀ ସା ପ୍ରଥମ ଓ ଯତୀନ ନାୟକ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଆ କୁଇଜ୍ ପ୍ରତିଯୋଗିତାରେ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ଭୁକ୍ତାର ରମାନନ୍ଦ ନାୟକ,ସୀତା ସା ଏବଂ ନିକାଶ ଦାସ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଶିକ୍ଷକ ପୁନୀରାମ ଗଣ୍ଡ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସି ଆର ସିସି ରାହୁଲ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *