ଆଇଟିବିପିର ମହାନିର୍ଦ୍ଦେଶକ ଭାବେ ସଞ୍ଜୟ ସିଂଘଲଙ୍କୁ ଅତିରିକ୍ତ ଦାୟିତ୍ୱ
ପୂର୍ବରୁ ଏସ୍ଏସ୍ବିର ଡିଜି ଦାୟିତ୍ୱରେ ଅଛନ୍ତି ସଞ୍ଜୟ ସିଂଘଲ; ତିନି ଦଶନ୍ଧିରୁ ଅଧିକ ପ୍ରଶାସନିକ ଓ ସୁରକ୍ଷା ଅଭିଜ୍ଞତା
ନୂଆଦିଲ୍ଲୀ, ୧/୧୧: ଇଣ୍ଡୋ-ତିବ୍ବତୀୟ ବର୍ଡର ପୋଲିସ (ଆଇଟିବିପି)ର ମହାନିର୍ଦ୍ଦେଶକ (ଡିଜି) ଭାବେ ଆଇପିଏସ୍ ଅଧିକାରୀ ସଞ୍ଜୟ ସିଂଘଲ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୨୬ ନଭେମ୍ବର ୧ ତାରିଖ ପୂର୍ବାହ୍ନରେ ସେ ନୂଆଦିଲ୍ଲୀସ୍ଥିତ ଆଇଟିବିପି ମୁଖ୍ୟାଳୟରେ ଏହି ଦାୟିତ୍ୱ ନେଇଛନ୍ତି।
ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସିଂଘଲ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନରର ଅଭିବାଦନ ଗ୍ରହଣ କରିବା ସହ ଗାର୍ଡଙ୍କ ନିରୀକ୍ଷଣ କରିଥିଲେ। ଏହି ଅବସରରେ ଆଇଟିବିପିର ଅତିରିକ୍ତ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ସଞ୍ଜୟ ଗୁଞ୍ଜ୍ୟାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସେ ଅବସର ଗ୍ରହଣ କରିଥିବା ଶତ୍ରୁଜିତ କପୁରଙ୍କ ସ୍ଥାନରେ ଏହି ଦାୟିତ୍ୱ ନେଇଛନ୍ତି। ଶ୍ରୀ କପୁର ୨୦୨୬ ଅକ୍ଟୋବର ୩୧ ତାରିଖରେ ଚାକିରିରୁ ଅବସର ନେଇଥିଲେ।

ଉତ୍ତରପ୍ରଦେଶ କ୍ୟାଡରର ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ସଞ୍ଜୟ ସିଂଘଲଙ୍କର ପୋଲିସ ପ୍ରଶାସନ, ଆଭ୍ୟନ୍ତରୀଣ ସୁରକ୍ଷା ଓ ସୀମା ସୁରକ୍ଷା କ୍ଷେତ୍ରରେ ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି। ସେ ଉତ୍ତରପ୍ରଦେଶ ପୋଲିସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରିବା ସହ ୨୦୦୨ ମେ’ରୁ ୨୦୦୩ ଜୁନ୍ ପର୍ଯ୍ୟନ୍ତ କୋସୋଭୋରେ ମିଳିତ ଜାତିସଂଘ ଶାନ୍ତିରକ୍ଷା ମିଶନରେ ମଧ୍ୟ ସେବା ଯୋଗାଇଥିଲେ।
ଆଇଟିବିପିରେ ସେ ପୂର୍ବରୁ ଡେରାଡୁନ୍ ସେକ୍ଟର ମୁଖ୍ୟାଳୟର ଡିଆଇଜି ଏବଂ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟରର ଆଇଜି ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସୀମା ସୁରକ୍ଷା, ଗୁଇନ୍ଦା ତଥ୍ୟ ଓ ଅଭିଯାନ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ସେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ସ୍ପେଶାଲ ଡିଜି ଭାବେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।
ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ (ବିଶିଷ୍ଟ ସେବା), ପୋଲିସ ପଦକ (ପ୍ରଶଂସନୀୟ ସେବା), କଠିନ ସେବା ପଦକ ଏବଂ କୋସୋଭୋରେ ଜାତିସଂଘ ମିଶନରେ ସେବା ପାଇଁ ଜାତିସଂଘ ପଦକ ପ୍ରଦାନ କରାଯାଇଛି।
ଭାରତ-ଚୀନ୍ ସୀମାର ସୁରକ୍ଷା ସହ ଦେଶର ଆଭ୍ୟନ୍ତରୀଣ ଓ ଜାତୀୟ ସୁରକ୍ଷା କ୍ଷେତ୍ରରେ ଆଇଟିବିପି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାଏ। ସୀମା ସୁରକ୍ଷା ବଳ ଓ ଆନ୍ତର୍ଜାତୀୟ ଶାନ୍ତିରକ୍ଷା ମିଶନରେ ଶ୍ରୀ ସିଂଘଲଙ୍କ ଦୀର୍ଘ ଅଭିଜ୍ଞତା ଆଇଟିବିପିର କାର୍ଯ୍ୟପରିଚାଳନା ଓ ପ୍ରଶାସନିକ ନେତୃତ୍ୱରେ ଉପଯୋଗୀ ହେବ ବୋଲି ଆଶା କରାଯାଉଛି।
Shri Sanjay Singhal, IPS, Assumes Additional Charge as Director General, ITBP
New Delhi, 01 November 2026:
Shri Sanjay Singhal, IPS (UP:1993), assumed additional charge as Director General of the Indo-Tibetan Border Police (ITBP) today, 01 November 2026 (FN), in accordance with the orders of the Government of India.
On assuming charge at Force Headquarters, New Delhi, Shri Singhal took the salute and inspected the ceremonial Guard of Honour. Shri Sanjay Gunjyal, IPS, Additional Director General (HQ), and other senior officers were present on the occasion.
He succeeds Shri Shatrujeet Kapur, IPS, who superannuated on 31 October 2026 after a distinguished career in public service.
Shri Singhal brings over three decades of experience in policing, administration and national security. During his distinguished career, he has held several key assignments in the Uttar Pradesh Police and served with the United Nations Peacekeeping Mission in Kosovo from May 2002 to June 2003.
He has previously served in ITBP as Deputy Inspector General, Sector Headquarters, Dehradun, and Inspector General, Eastern Frontier, handling important responsibilities relating to border security, intelligence and operational management.
He subsequently served as Special Director General of the Border Security Force (BSF) and is currently serving as Director General of the Sashastra Seema Bal (SSB).
In recognition of his distinguished service, Shri Singhal has been conferred with the President’s Police Medal for Distinguished Service, Police Medal for Meritorious Service, Kathin Sewa Medal and United Nations Medal for his service in Kosovo.
With his extensive experience in state policing, international peacekeeping and border guarding forces, Shri Singhal brings valuable operational and administrative expertise to the leadership of ITBP, a premier Central Armed Police Force entrusted with guarding the India-China border and performing vital internal security and national security duties.

