Spread the love

ଓ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଗୋପବନ୍ଧୁ ବଜାରର ମାଟି ଅନୁକୂଳ

ଢେଙ୍କାନାଳ, ୨୬/୯: ଢେଙ୍କାନାଳ ସହର ଗୋପବନ୍ଧୁ ବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅର୍ଜନା ଓ ହୋମ କରାଯାଇ ମା’ଙ୍କ ମୂର୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଯାଇଛି । ପ୍ରଥମେ ପୂଜକ ସଞ୍ଜୀବ କୁମାର କର ଓ କର୍ତା ଅନନ୍ତ ମଲ୍ଲିକ ମା’ଙ୍କର ଷୋଡଶ ପୂଜା ବିଧ୍ୱ ସଂପନ୍ନ କରି ଭୋଗ ଲାଗି କରି ମାଟି ଅନୁକୂଳ କରିଥିଲେ। ଏହି ମାଟି ଅନୁକୂଳ ଉତ୍ସବରେ ସଭାପତି ବିକାଶ ସାହୁ, ସଂପାଦକ ସରୋଜ ମଲ୍ଲିକ ଙ୍କ ସମେତ ସମସ୍ତ କର୍ମକର୍ତାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା
|

Leave a Reply

Your email address will not be published. Required fields are marked *