Spread the love

କୋଟିଏ ଟଙ୍କାର ସୁନା–ରୂପା ଗହଣା ଡକାୟତି: ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌ର ୧୨ ସଦସ୍ୟ ଗିରଫ

​ଖୋର୍ଦ୍ଧା:

ଜିଲ୍ଲାରେ ବଢ଼ି ଚାଲିଥିବା ଅଳଙ୍କାର ଲୁଟ୍ ଉପରେ ରୋକ୍ ଲଗାଇବାରେ ଖୋର୍ଦ୍ଧା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଏକ ସଂଗଠିତ ଲୁଟେରା ଗ୍ୟାଙ୍ଗ୍‌ର ୧୨ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ପ୍ରାୟ ଏକ କୋଟି ଟଙ୍କାର ଚୋରି ଅଳଙ୍କାର ଜବତ କରାଯାଇଛି।

​ଜବତ ସାମଗ୍ରୀ ମଧ୍ୟରେ ୫୦୦ ଗ୍ରାମର ସୁନା ଗହଣା ଏବଂ ୧୧ କିଲୋଗ୍ରାମ ରୂପା ଅଳଙ୍କାର ସାମିଲ ରହିଛି। ପୋଲିସ ପ୍ରଶାସନର କହିବା ଅନୁଯାୟୀ, ଏହି ଗ୍ୟାଙ୍ଗ୍ ବାଣପୁର, ବାଲୁଗାଁ, ଟାଙ୍ଗୀ ଏବଂ ନାଚୁଣୀ ଥାନା ଅଞ୍ଚଳରେ ବିଭିନ୍ନ ଚୋରି ଓ ଡକାୟତିରେ ସମ୍ପୃକ୍ତ ଥିଲେ। ନିକଟରେ ବାଣପୁରରେ ଘଟିଥିବା ବହୁଚର୍ଚ୍ଚିତ ସୁନା ଦୋକାନ ଲୁଟ୍ ଘଟଣାରେ ମଧ୍ୟ ଏମାନଙ୍କ ହାତ ଥିବା ସ୍ପଷ୍ଟ ହୋଇଛି। ଗିରଫ ଅଭିଯୁକ୍ତମାନେ ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ବାସିନ୍ଦା।

Leave a Reply

Your email address will not be published. Required fields are marked *