Spread the love

*ଗଙ୍ଗେଇ ଗାଁରେ ହାତୀ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି*

ବରଗଡ଼:୧୪/୦୧/୨୦୨୬:(ପବିତ୍ର ମେହେର)::ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବା ନିମନ୍ତେ ହାତୀ ପରି ଜୀବର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଉପଲବଧି କରି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଙ୍ଗେଇର ଇକୋ କ୍ଲବ୍ ପକ୍ଷରୁ ହାତୀ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ରୋହିତ ଭୁଏଙ୍କ ଆହ୍ବାନ କ୍ରମେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ବୈଠକରେ ମୁଖ୍ୟ ଅତିଥି ଭାବରେ ଭୁକ୍ତାର ବିଦ୍ୟୁତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅମରେଶ ପ୍ରସାଦ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବରେ ବନପାଳ ପର୍ଶୁରାମ ବେହେରା,ସମ୍ମାନିତ ଅତିଥି ଭାବରେ ପ୍ରକୃତି ବନ୍ଧୁ ଶୋଭାରାମ ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦ୍ରୁପଦ ପାତ୍ର ଓ ଗୋପାଳପୁର ଆଶ୍ରମ ସ୍କୁଲ ଭଟଲିର ଇକୋ କ୍ଲବ୍ ଶିକ୍ଷକ ତଥା ପ୍ରକୃତି ପ୍ରେମୀ ଉଚ୍ଛବ ଭୁଏ ଯୋଗ ଦେଇଥିଲେ। ଗଙ୍ଗେଇ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ରୁବି,ଟ୍ୱିଙ୍କିଲ,ଖୁସବୁ, ଟିକି, ଖୁସି ସୌମ୍ୟା ଓ ପ୍ରିୟା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।

ସମସ୍ତ ପ୍ରକୃତି ପ୍ରେମୀ ଓ ଗ୍ରାମବାସୀ ବିଦ୍ୟୁତ ତାରକୁ ସୁରକ୍ଷିତ କରି ବନ୍ୟପ୍ରାଣୀଙ୍କ ଯେପରି କ୍ଷତି ନ ହୁଏ ସେଥିପ୍ରତି ଜନ ସାଧାରଣଙ୍କୁ ସଚେତନ କରିବା ଉଚିତ ବୋଲି ଅତିଥିବୃନ୍ଦ ମତ ଦେଇଥିଲେ। ବନ୍ୟପ୍ରାଣୀ ସହ ସଂଘର୍ଷ ନ କରି ହାତୀ ପରି ଜୀବର ସୁରକ୍ଷା କରିବା ସହ ବନ୍ୟପ୍ରାଣୀଙ୍କ ଦ୍ବାରା କ୍ଷୟକ୍ଷତି ହେଲେ ଅନୁକମ୍ପା ଆପ୍ ମାଧ୍ୟମରେ କିପରି ସହାୟତା ପାଇବେ ସେ ସଂପର୍କରେ ଆଲୋଚନା ହୋଇଥଲା।ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଙ୍ଗେଇର ଶିକ୍ଷା ସାରଥୀ ଦଳ ସକ୍ରିୟ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବନରକ୍ଷୀ ନଳିନୀ ଭୁଏ, ମନୋରଞ୍ଜନ ବାରିକଙ୍କ ସମେତ ଗଙ୍ଗେଇ ଗ୍ରାମବାସୀ ଓ ସ୍ଵଂୟ ସହାୟକ ମହିଳା ଗୋଷ୍ଠୀ ଉପସ୍ଥିତ ଥିଲେ।ପ୍ରକୃତି ବନ୍ଧୁ ରୋହିତ ଭୁଏ ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଗଙ୍ଗେଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *