ଚମ୍ପୁଆଥାନା ଅନ୍ତର୍ଗତରେ ପାଗଳର ଉନ୍ମୁକ୍ତକାଣ୍ଡ, କଟୁରୀରେ କଲା ଆକ୍ରମଣ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ପାଗଳର ଉନ୍ମୁକ୍ତକାଣ୍ଡ , ରିମୁଳି ସାପ୍ତାହିକ ହାଟରେ କଟୁରିରେ କଲା ଆକ୍ରମଣ। ପାଗଳର କଟୁରୀ ଚୋଟରେ ତିନି ଆହତ ଜଣକ ଅବସ୍ଥା ଗୁରୁତର। ଗୁରୁତରକୁ ଚିକିତ୍ସା ପାଇଁ ଚମ୍ପୁଆ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା। ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ସାପ୍ତାହିକ ହାଟରେ ଜଣେ ପାଗଳ ବ୍ୟକ୍ତି ହାତରେ ଏକ କଟୁରୀ ଧରି ହାଟ ଭିତରେ ପଶିଆସି ଥିଲା କେହି କିଛି ବୁଝିବା ପୂର୍ବରୁ ସେ କଟୁରୀରେ ଆକ୍ରମଣ କରିବାରୁ ପ୍ରଥମେ ରିମୁଳି ଗ୍ରାମର ଅଜୟ କୁମାର ସାହୁ ଓ ତାଙ୍କ ପୁଅ ସୁଦ୍ଦାମ ଆହତ ହୋଇଥିଲେ ପରେ ସମ୍ପୃକ୍ତ ପାଗଳ ଲୋକଟି ଆଉ ଜଣକୁ ଆକ୍ରମଣ କରିଥିଲା। ପ୍ରଥମେ ତାଙ୍କ ମୁଣ୍ଡକୁ କଟୁରୀରେ ଆକ୍ରମଣ କରିବାରୁ ସେ ତଳେ ପଡିଯିବାରୁ ତାଙ୍କ ବେକକୁ କଟୁରୀରେ ଚୋଟ ପକାଇ ବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତର ଖାନା ପଠାଇଛନ୍ତି। ତେବେ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ଖବର ପାଇ ପୋଲିସ ଚମ୍ପୁଆ ଡାକ୍ତର ଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
