Spread the love

*ଜାତୀୟ ଏକତା ଦିବସ ଅବସରରେ ଜଳ ସମ୍ପଦ ବିଭାଗରେ ଶପଥ ପାଠ*

*ଭୁବନେଶ୍ୱର, ୩୧ ଅକ୍ଟୋବର ୨୦୨୬:*

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଜଳ ସମ୍ପଦ ବିଭାଗ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଅବସରରେ ରାଜୀବ ଭବନଠାରେ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ଏକତା ଦିବସ ଶପଥ ପାଠ କରାଯାଇଥିଲା।

ଏହି ଶପଥ ମାଧ୍ୟମରେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହ ଦେଶବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା ନିମନ୍ତେ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ଦେଶର ଏକତା ଓ ଅଖଣ୍ଡତା ପ୍ରତିଷ୍ଠା ଦିଗରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଓ ଦୂରଦର୍ଶୀ ନେତୃତ୍ୱକୁ ଏହି ଅବସରରେ ସ୍ମରଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ଯୋଗଦେଇ ଜାତୀୟ ଏକତା, ସଂହତି ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ନିଜର ନିଷ୍ଠା ଓ ପ୍ରତିବଦ୍ଧତା ପୁନଃବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *