Spread the love

*ଜାତୀୟ ଏକତା ଦିବସରେ ବାଣିଜ୍ୟ ଓ ପରିବହନ ବିଭାଗର ଶପଥ ପାଠ*

– ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା ପାଇଁ ସଂକଳ୍ପ

ଭୁବନେଶ୍ୱର, ୩୧।୧୦: ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ଅକ୍ଷୁଣ୍ଣ ରଖିବା ସହ ଜାତୀୟ ସଂହତିର ଭାବନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଖାରବେଳ ଭବନଠାରେ ବିଭାଗ ପକ୍ଷରୁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ତରର କର୍ମଚାରୀ ଯୋଗଦେଇ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ପାଇଁ ଶପଥ ନେଇଥିଲେ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜାତୀୟ ସଂହତି ପ୍ରତି ନିଜର ଦାୟିତ୍ୱବୋଧ ପ୍ରଦର୍ଶନ କରିବା ସହ ନାଗରିକଙ୍କ ମଧ୍ୟରେ ଭାତୃତ୍ୱ, ସଦ୍‌ଭାବନା ଓ ଏକତାର ମନୋଭାବ ବଜାୟ ରଖିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

ସର୍ଦ୍ଦାର ପଟେଲଙ୍କ ଜାତୀୟ ଏକତା ଓ ଅଖଣ୍ଡତା ପ୍ରତି ଅବଦାନକୁ ସ୍ମରଣ କରିବା ତଥା ଦେଶବାସୀଙ୍କ ମଧ୍ୟରେ ଏକତା, ସାମୂହିକ ଦାୟିତ୍ୱବୋଧ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୩୧କୁ ଜାତୀୟ ଏକତା ଦିବସ ବା ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରାଯାଉଛି।

ବିଭାଗୀୟ ଶପଥ ପାଠ କାର୍ଯ୍ୟକ୍ରମ ମାଧ୍ୟମରେ ସର୍ଦ୍ଦାର ପଟେଲଙ୍କ ଏକତାର ବାର୍ତ୍ତାକୁ ସ୍ମରଣ କରିବା ସହ ଜାତୀୟ ସଂହତି ରକ୍ଷା ଦିଗରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ଦାୟିତ୍ୱକୁ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *