Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସହଦେବ ବିଦ୍ୟାପୀଠ ରେ ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜୁଲାଇ ମାସର କୋଡ଼ିଏ ତାରିଖ ଠାରୁ ବାଇଶି ତାରିଖ ପର୍ଯ୍ୟନ୍ତ ତିନି ଧରି ସାମର୍ଥ୍ୟ ତାଲିମ୍ ଶିବିର ଅନୁଷ୍ଠିତ ହେବ। ଆଜି ପ୍ରଥମ ଦିବସରେ ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ ତାଲିମ ଶିବିର କୁ ଉଦ୍ ଘାଟନ କରିଥିଲେ ଓ ଉଦ୍ ବୋଧନ ଦେଇଥିଲେ।
ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ଖଣ୍ଡା ଉପସ୍ଥିତ ହୋଇ ପଞ୍ଚାବନ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଲିମ ଶିବିର ରେ ଉଦ୍ ବୋଧନ ଦେଇଥିଲେ।
ଅନ୍ତର୍ନିବେଶି ଶିକ୍ଷା ମାଧ୍ୟମରେ ସେମାନଙ୍କ ର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସାହୁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଖଣ୍ଡା‌ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବି,ଆର୍,ଟି, ବିଜୟ କୁମାର ସ୍ବାଇଁ ଓ ପ୍ରକାଶ ଚନ୍ଦ୍ର ‌ରାଉତ ଙ୍କ ସହିତ ସାଧନକର୍ମିମାନେ କାର୍ଯ୍ୟ କ୍ରମ ପରିଚାଳନା ‌କରିଥିଲେ।ଗତ ଉଣେଇଶି ତାରିଖ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅନ୍ତର୍ନିବେଶି ଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *