Spread the love

ଡିଏଭି ଡେରାର କ୍ରୀଡ଼ା କ୍ଷେତ୍ରରେ ଚମକଦାର ସଫଳତା
ଶୁଟିଂରେ ଚାମ୍ପିୟନ୍, ଆଥଲେଟିକ୍ସରେ ୪ ପଦକ
ଡେରା, ତାଳଚେର, ୫ ଅକ୍ଟୋବର ୨୦୨୬:
ଡିଏଭି ପବ୍ଲିକ୍ ସ୍କୁଲ, ଏମ୍‌ସିଏଲ୍‌, ଜଗନ୍ନାଥ ଏରିଆ, ଡେରାର ଛାତ୍ରଛାତ୍ରୀମାନେ ଡିଏଭି ଜୋନାଲ୍ ସ୍ପୋର୍ଟସ୍ ମିଟ୍–୨୦୨୬-୨୭ରେ ଚମତ୍କାର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।
କଟକର ଗଣ୍ଡରପୁରସ୍ଥିତ ଏଲ୍‌ଆର୍‌ ଡିଏଭି ପବ୍ଲିକ୍ ସ୍କୁଲରେ ଆୟୋଜିତ ରାଇଫଲ୍ ଶୁଟିଂ ଚାମ୍ପିୟନ୍‌ଶିପ୍‌ର ୧୦ ମିଟର ପିପ୍ ସାଇଟ୍ ବିଭାଗରେ ଡେରା ଡିଏଭିର ଛାତ୍ରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ଦାଶ ଓ ସୋମନାଥ ବାରିକ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅନୁଜ ଅଗ୍ରୱାଲ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଦଳଗତ ପ୍ରଦର୍ଶନରେ ବିଦ୍ୟାଳୟ ଚାମ୍ପିୟନ୍‌ଶିପ୍ ଆୱାର୍ଡ ହାସଲ କରିଛି।
ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଆଧାରରେ ଆୟୁଷ୍ମାନ ଦାଶ ଓ ସୋମନାଥ ବାରିକ ଜାତୀୟ ସ୍ତରୀୟ ଶୁଟିଂ ଚାମ୍ପିୟନ୍‌ଶିପ୍ ପାଇଁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତା ୨୪ରୁ ୨୬ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଏନ୍‌ସିଆର୍‌ରେ ଅନୁଷ୍ଠିତ ହେବ।
ସେହିପରି ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲରେ ଅକ୍ଟୋବର ୪ ଓ ୫ ତାରିଖରେ ଆୟୋଜିତ ଅଣ୍ଡର-୧୭ ଆଥଲେଟିକ୍ସ ମିଟ୍‌ରେ ମଧ୍ୟ ଡେରା ଡିଏଭିର ଛାତ୍ରଛାତ୍ରୀମାନେ ଚମତ୍କାର ସଫଳତା ପାଇଛନ୍ତି। ବର୍ଷା ଏ. ମହାନ୍ତି ୧୫୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଏବଂ ୮୦୦ ମିଟରରେ କାଂସ୍ୟ ପଦକ ହାସଲ କରିଛନ୍ତି। ଦିବ୍ୟମ୍ କୁମାର ଦାସ ହାଇ ଜମ୍ପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ରାଜଲକ୍ଷ୍ମୀ ବେହେରା ଶଟ୍‌ପୁଟ୍ ଓ ଡିସ୍‌କସ୍ ଥ୍ରୋରେ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି।
ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ ବର୍ଷା ଏ. ମହାନ୍ତି ଓ ଦିବ୍ୟମ୍ କୁମାର ଦାସ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।
ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳା ଚକ୍ରବର୍ତ୍ତୀ ସମସ୍ତ ବିଜୟୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଶାରୀରିକ ଶିକ୍ଷା ବିଭାଗର ଶିକ୍ଷକ-ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଶିକ୍ଷା ସହିତ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ବିଦ୍ୟାଳୟ ସର୍ବଦା ଉତ୍ତମ ସୁବିଧା ଓ ପ୍ରୋତ୍ସାହନ ଯୋଗାଇ ଆସୁଛି।
ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ସଫଳ କ୍ରୀଡ଼ାବିତ୍‌ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଜାତୀୟ ସ୍ତରରେ ସେମାନଙ୍କ ସଫଳତା କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *