Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 ଢେଙ୍କାନାଳ ଜିଲ୍ଲାର ବଳରାମ ମନ୍ଦିର ପ୍ରାଙ୍ଗଣ ମଧ୍ଯରେ ଜିଲ୍ଲା A.I.T.U.C ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

 

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଆଜି ୧୨ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାର ବଳରାମ ମନ୍ଦିର ପ୍ରାଙ୍ଗଣ ମଧ୍ଯରେ ଜିଲ୍ଲା A.I.T.U.C ର ପ୍ରସ୍ତୁତି ବୈଠକ ଡକାଯାଇଥିଲା l ବୈଠକରେ ସଭାପତି କୁମୁଦିନୀ ମହାରଣା ସଭାପତିତ୍ଵ କରିଥିଲେ। ବୈଠକରେ ପ୍ରତ୍ୟକ ବ୍ଲକ ର ସଭାପତିତ୍ବ କରିଥିବା ନେଇ ମଣ୍ଡଳୀ ମାନେ ଉପସ୍ଥିତ ରହିଥିଲେ। ଆଶା ପାଚିକା, ଅଙ୍ଗନବାଡ଼ୀ କର୍ମି ମାନଙ୍କ ନେତୃତ୍ୱ ନେଉ ଥିବା ପ୍ରତ୍ୟକ ବ୍ଲକ ର ସଭାପତି ଓ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ। ବୈଠକ ra ମୁଖ୍ୟ ଆଭିମୁଖ୍ୟ ଥିଲା ଯେ ଜାତୀୟ ଟ୍ରେଡ ୟୁନିୟନ କଂଗ୍ରେସ ର ଡାକରାରେ ସର୍ବଭାରତୀୟ ସ୍ତରରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ A.I.T.U.C ର ଡାକରା କ୍ରମେ ୨୨ ରୁ ୨୬ ତାରିଖ ମଧ୍ୟରେ ଓଡିଶାର ପ୍ରତ୍ୟକ ଜିଲ୍ଲାରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଛି। ଢେଙ୍କାନାଳ ଜିଲ୍ଲା ରେ ମଧ୍ୟ ଆସନ୍ତା ୨୫ ତାରିଖ ଦିନ ବିଭିନ୍ନ ଦାବି ପତ୍ର ନେଇ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ସ୍କିମ ୱାର୍କର ମାନଙ୍କୁ ୱାର୍କର ମାନ୍ୟତା ପ୍ରଦାନ, ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ସ୍କିମ ୱାର୍କର ମାନଙ୍କୁ ୱାର୍କର ମାନ୍ୟତା ପ୍ରଦାନ, ମାସକ ସର୍ବନିମ୍ନ ୨୧ ହାଜର ଟଙ୍କା ଦରମା, ମାସକ ୩ ହାଜର ଟଙ୍କା ପେନସନ, ୨୦୧୯ ଜାତୀୟ ଶିକ୍ଷା ନିତୀ ଅନୁସାରେ ଅଙ୍ଗନବାଡି କେନ୍ଦ୍ରକୁ ଘରୋଇ କରଣ ପ୍ରତ୍ୟାହାର, ବଜାର ଦର ନିୟନ୍ତ୍ରଣ, କୃଷକ ଆନ୍ଦୋଳନର ସଫଳ ରୂପାୟନ, ଶ୍ରମ ଆଇନି ଙ୍ଗସୋଧନ ବନ୍ଦ କଳକାରଖାନା କୁ ଖୋଲିବା, ଅଙ୍ଗନବାଡିର S.N.P ର ଦର ଙ୍ଗସୋଧନ ଆଦି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ତାସହିତ A.I.T.U.C ର ଜିଲ୍ଲା ସମ୍ମିଳନୀ ଜିଲ୍ଲା ଶିକ୍ଷକ ଭବନରେ ଠାରେ ଅୟୋଜିତ କରାଯିବା ନେଇ ସ୍ଥିର କରାଯାଇଛି। ବୈଠକରେ ସାଥି ହରପ୍ରିୟା ସ୍ୱାଇଁ, କଇଥାଣି ହୋତା, ମଳୟ ମଞ୍ଜରୀ ଜେନା, ସୁଜାତା ନାୟକ, ଗାୟତ୍ରୀ ସତପଥି, କୁମୁଦିନୀ ମହାରଣା, ମାମିଚା ମହାପାତ୍ର, ଅଞ୍ଜଳି ପ୍ରଧାନ, ରଞ୍ଜିତା ସାହୁ, ରୁକ୍ମଣୀ ଦେହୁରୀ, ଅଞ୍ଜଳି ଦେହୁରୀ, ରାନୀ ରାଉତ, ଗୋକୁଳ ପରିଡା, ରବି ରଥ, ଆଦି ପ୍ରମୁଖ ନେତୃ ମଣ୍ଡଳୀ ଉପସ୍ଥିତ ରହି ନିଷ୍ପତ୍ତି ନେଇ ଥିବାର ସୂଚନା ଦେଇଛନ୍ତି।