Spread the love

ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ର ଫଳାଫଳ ଘୋଷିତ ।
କ ବିଭାଗ ମୂର୍ତ୍ତୀ ଓ ସାଜସ୍ଵଜା ରେ ପ୍ରଥମ ବଉଳଛକ ଓ ଖ ରେ ହଣ୍ଡିଧୁଆଁ ଗଣେଶ ପୁଜା କମିଟି ।ଭସାଣୀ କ ରେ ପ୍ରଥମ ପାଟଣା ସାହି ଗଣେଶ ପୂଜା କମିଟି।
ତାଳଚେର ୧୫/୧୧ ତାଳଚେର ର ପ୍ରସିଦ୍ଧ ଗଣେଶ ପୂଜାର ଫଳାଫଳବୁଧବାର ପ୍ରକାଶ ପାଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ତାଳଚେରଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସର ରେ ଥିବା ସଭାଘରେ ଏଥିପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । କେନ୍ଦ୍ରୀୟ ଗଣେଶ ପୂଜା କମିଟି ର ସଭାପତି ତଥା ଉପଜିଲ୍ଲାପାଳ ପ୍ରଜ୍ଞା ନନ୍ଦନ ଗିରି ଏଥିରେ ଅଧ୍ୟକ୍ଷତା କରିଥିଲେ । ଉପସ୍ଥିତ ସମସ୍ତ ପୂଜା କମିଟି କର୍ମକର୍ତା ଙ୍କସମ୍ମୁଖରେ ପାଇଥିବା ନମ୍ବର କୁ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା । କ ବିଭାଗ ଓ ଖ ବିଭାଗ ର ପୂଜା ମଣ୍ଡପ ଗୁଡ଼ିକ ଭାଗ ନେଇଥିଲେ।ଏଥିରେ ମୂର୍ତ୍ତୀ, ସଜସ୍ଵଜା, ଭସାଣୀ, ଶାନ୍ତିଶୃଙ୍ଖଳା ରେ ବିଭିନ୍ନ କମିଟି ଗୁଡ଼ିକ ପ୍ରତିଦ୍ବନ୍ଦିତା ମୂଳକ ପୁଜା ଓ ଭସାଣୀ କରିଥଲେ । ତେବେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ନିୟୋଜିତ ହୋଇଥିବା ପ୍ରତ୍ୟେକ ବିଭାଗ ରେ ତିନିଜଣ ଅଭିଜ୍ଞତା ସମ୍ପର୍ନ୍ନ ବିଚାରକ ମାନେ ଗୁପ୍ତ ଭାବରେ ପୁଜା ମଣ୍ଡପ ଗୁଡ଼ିକ ବୁଲି ପୂଜା ମଣ୍ଡପ ଗୁଡ଼ିକର ସାଜସଜ୍ଜା ,ମୂର୍ତି ଭାଷାଣି ଶୋଭାଯାତ୍ରା,ଶାନ୍ତିଶୃଙ୍ଖଳା କୁ ଆକଳନ କରି ନମ୍ବର ପ୍ରଦାନ କରିଥିଲେ। କେନ୍ଦ୍ରୀୟ ଗଣେଶ ପୂଜା କମିଟି ର ସଭାପତି ତଥା ଉପ ଜିଲ୍ଲାପାଳ ପ୍ରଜ୍ଞା ନନ୍ଦନଗିରି (IAS) ସର୍ବ ସମ୍ମୁଖରେ ଫଳାଫଳ କୁ ପ୍ରକାଶ କରିଥିଲେ।ଏଥିରେ କାର୍ଯ୍ୟକାରି ସଭାପତି ତଥା ଏସ ଡି ପି ଓ ଭରତ ଚନ୍ଦ୍ର ସାହୁ, ଡେପୁଟୀ କଲେକ୍ଟର ଧର୍ମେଦ୍ର କୁମାର ଶତପଥି ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ଦାସ, ଉପ ସଭାପତି କେଶବ ଭୂତିଆ, ପ୍ରଭାତ ପଟ୍ଟନାୟକ କୋଷାଧକ୍ଷ ପ୍ରିୟଦର୍ଶୀ ଋଷିକେଶ ସାହୁ, ସହ ସମ୍ପାଦକ ବିଶ୍ବରଂଜନ ତୁଙ୍ଗ। ଓ ସମସ୍ତ କେନ୍ଦ୍ରୀୟ କମିଟି ର କର୍ମକର୍ତ୍ତା ,ସମସ୍ତ ପୂଜା କମିଟି ର ସଭାପତି ଓ ସଂପାଦକ ,ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ମୂର୍ତି କ ବିଭାଗ ପ୍ରଥମ ବଉଳ ଛକ ର।ସପାର୍ଟି
2ୟ.ବଡ଼ବଜାର ଗଣେଶ ପୂଜା କମିଟି
ତୃତୀୟ ଚିତ୍ରକୂଟ ବଜାର ପୂଜା କମିଟି । ସେହିପରି ବିଭାଗ ଖ ପ୍ରଥମ ତ୍ରିନାଥ ଗଣେଶ ପୂଜା କମିଟି ଦ୍ୱିତୀୟ ଗଣପତି ପୂଜା କମିଟି ଥାନା ରୋଡ଼ତୃତୀୟ କାରଗିଲ ଗ୍ରୁପ ଗଣେଶ ପୂଜା କମିଟି ।ସାଜସଜା ବିଭାଗ କ ପ୍ରଥମ ବଉଳ ଛକରାସପାର୍ଟିଦିତୀୟ.ବଡ଼ବଜାର ଗଣେଶ ପୂଜା କମିଟି ତୃତୀୟ.ବସ ଷ୍ଟାଣ୍ଡ ଗଣେଶ ପୂଜା କମିଟି।ବିଭାଗ ଖ
ପ୍ରଥମ ହରଗୋୖରୀ ଗଣେଶ ପୂଜା କମିଟି ଦ୍ୱିତୀୟ ଗଣେଶ ପୂଜା କମିଟି ହାଣ୍ଡି ଧୂଆଁ ତୃତୀୟ ଗଣପତି ପୂଜା କମିଟି ଥାନା ରୋଡ଼ ।ଭଷାଣିଶୋଭାଯାତ୍ରା ରେ ବିଭାଗ କ ପ୍ରଥମ ପାଟଣା ସାହି ପୂଜା କମିଟି ଦ୍ୱିତୀୟ ବଉଳ ଛକ ରାସ ପାଟି ତୃତୀୟ କାରିଗର ପଡା ସେହିପରି ଭସାଣୀ ବିଭାଗ ଖ ରେ ପ୍ରଥମ MGMଗଣେଶ ପୂଜା କମିଟି ଦ୍ୱିତୀୟ ତ୍ରିନାଥ ଗଣେଶ ପୂଜା କମିଟି ତୃତୀୟ ମହା ଲକ୍ଷ୍ମୀ ଗଣେଶ ପୂଜା କମିଟି ବାପୁଜୀ ନଗର ।ଶାନ୍ତି ଶୃଙ୍ଖଳା ବିଭାଗ କ ପ୍ରଥମ ହନୁମାନ ପଡା ଗଣେଶ ପୂଜା କମିଟି ଦ୍ୱିତୀୟ ଚିତ୍ରକୂଟ ବଜାର ପୂଜା କମିଟି ତୃତୀୟ ହାତତୋଟା ଗଣେଶ ପୂଜା କମିଟି।ବିଭାଗ ଖ ପ୍ରଥମ ଜୟ ମା ମଙ୍ଗଳା ଗଣେଶ ପୂଜା କମିଟି ଜମ୍ବୁବାଣିଆ ସାହି ଦ୍ୱିତୀୟ ତାଳେଶ୍ଵରୀ ପୂଜା କମିଟି ବିରାଦର ପଡ଼ା ତୃତୀୟ.ରୁଦ୍ର ସେବକ ପୂଜା କମିଟି ବଡଦାଣ୍ଡ ସାହି ।।

Leave a Reply

Your email address will not be published. Required fields are marked *