Spread the love

ତାଳଚେରରେ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅନୁଷ୍ଠିତ,(ୟୁ ପି କୁ ହରାଇ କଟକ, ଓ କଲିକତାକୁ ହରାଇ ତାଳଚେର ଦ୍ୱିତୀୟ ପର୍ଯ୍ୟାୟ କୁ ଉନ୍ନୀତ।)

ତାଳଚେର,୫/୧ ତାଳଚେର ଫ୍ରେଣ୍ଡ୍ସ କ୍ଲବ ଆନୁକୁଲ୍ୟରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରିକେଟ ମ୍ୟାଚ୍ କୁ ଅନୁଗୁଳ ବିଧାୟକ ତଥା ଓଡିଶା କ୍ରିକେଟ୍ ଆସୋସିଏସନ୍ ର ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ,, ନାମରେ ସର୍ଵ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ କୁ ଉଦଘାଟନ କରିଥିଲେ। ଏଵଂ ତାଳଚେର ରେ ଏହିପରି ଏକ ଟୁନ୍ନାମେଣ୍ଟ ଆୟଜନ ତାହା ପୁଣି ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ହେଉଥିବାରୁ ଶ୍ରୀ ପ୍ରଧାନ ବହୁତ ଖୁସି ପ୍ରକଟ କରିଥିଲେ। ସମ୍ମାନିତ ଅତିଥି ଭାବେ ତାଳଚେର ପୌର ପରିଷଦ ର ନଗରପାଳ, ତଥା ଫ୍ରେଣ୍ଡ୍ସ କ୍ଲବ ସଭାପତି ପବିତ୍ର ଭୁତିଆ, ତାଳଚେର ଏସ୍ଡ଼ିପିଓ ଭରତ ଚନ୍ଦ୍ର ସାହୁ,ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଏମ୍ ସି ଏଲ ର ନୋଡାଲ ଜିଏମ ଅଶୋକ ଧଳ, ପ୍ରମୁଖ ଯୋଗ ଦେଇଥିଲେ ।ଉଦଘାଟନ ମ୍ୟାଚ ରେ ୟୁଥ ସ୍ପଟିଙ୍ଗ କଟକ ସହିତ ୟୁପି ପ୍ରୟୋଗରାଜ କ୍ରିକେଟ ଟିମ ମଧ୍ୟରେ ପ୍ରାରମ୍ଭିକ ମ୍ୟାଚ୍ ଅନୁଷ୍ଠିତ ହେଇଥିଲା ବେଳେ କଟକ ଟିମ୍ ପ୍ରଥମେ ବ୍ୟାଟିଙ୍ଗ କରି ୨୧୬ରନ କରିଥିବା ବେଳେ ଏହାର ପିଛାକରି ୟୁ ପି ର ପ୍ରୟାଗରାଜ ଟିମ୍ ମାତ୍ର ୯୦ରନ କରି ଏଲ ଆଉଟ୍ ହୋଇଯାଇଥିଲେ। ଉତ୍ତମ ବ୍ୟାଟିଂ ପ୍ରଦର୍ଶନ କରି କଟକ ର ନଦିମ୍ ଖାଁ ମ୍ୟାନ୍ ଅଫ ଦି ମ୍ୟାଚ୍ ଆଖ୍ୟା ଅର୍ଜନ କରିଥିଲେ। ସେହିପରି ଆଜି ଦ୍ୱିତୀୟ ଦିନରେ ତାଳଚେର ର ଫ୍ରେଣ୍ଡସ କ୍ରିକେଟ୍ ଟିମ୍ ଓ କଲିକତା ର ଲକ୍ଷ୍ମୀ ରତନ ଶୁକ୍ଳା ଟିମ୍ ମଧ୍ୟରେ କ୍ରିକେଟ ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା।ଏଥିରେ ଆୟଯୋକ ଫ୍ରେଣ୍ଡସ କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ଓଭର ରେ ୨୧୭ରନ୍ ସଂଗ୍ରହ କରିଥିବା ବେଳେ ଏହି ରନ୍ ର ପିଛା କରି କଲିକତା ର ଏଲ .ଆର. ଏସ, ଦଳ ୯ ଉଇକେଟ ବିନିମୟରେ ୧୯୭ ରନ କରିପାରିଥିଲା। ଫଳରେ ଫ୍ରେଣ୍ଡସ କ୍ରିକେଟ୍ ଟିମ୍ ବିଜୟୀ ଘୋଷିତ ହୋଇଥିଲେ। ବିଜୟୀ ଦଳର ୱାଲ୍ଟର ଟପ୍ପ ମ୍ୟାନ ଅଫ ଦି ମ୍ୟାଚ୍ ହୋଇ ଥିଲେ।ତାଳଚେର ପୌର ପରିଷଦ ର କାଉନସିଲର ତଥା ତାଳଚେର ଟ୍ରକ ମାଲିକ ସଂଘର ସଭାପତ ପ୍ରାର୍ଥୀ ଜିତେନ୍ଦ୍ର ଭୁତିଆ ତାଙ୍କୁ ପୁରସ୍କୃତ କରିଥିଲେ। ତେବେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସର୍ଵ ଭାରତୀୟ ସ୍ତରରୁ ୮ ଟି ଦଳ ଭାଗ ନେଇଥିବା ଜଣାପଡ଼ିଛି। ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଏହି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ସହ ଏଥିରେ କ୍ଲବ୍ ର ସମସ୍ତ ସଦସ୍ୟ କର୍ମକର୍ତା ମାନେ ସକ୍ରୀୟ ଭାବେ ଜଡିତ ରହି ଖେଳକୁ ସୂଚାରୁ ରୁପେ ତୁଲାଇଥିବା ଲକ୍ଷ୍ୟ କରଯାଇଛି। ଏହି ମ୍ୟାଚ୍ କୁ ସହର ଓ ଗ୍ରାମାଞ୍ଚଳ ରୁ ଦେଖିବା ପାଇଁ ବହୁତ ସଂଖ୍ୟାରେ ଖେଳ ପ୍ରେମୀ ସାମିଲ ହୋଇ ଆନନ୍ଦ ଅନୁଭବ କରୁଥିବା ଦେଖିବାକୁ ମିଳିଛି।।

Leave a Reply

Your email address will not be published. Required fields are marked *