ଧୁମ୍ଧାମରେ ପାଳିତ ହେଲା ଶାରଦୀୟ ଦୁର୍ଗାପୂଜା,
ପାରମ୍ପରିକ ରୀତିନୀତିରେ ମା’ଙ୍କ ଆରାଧନା ପୂଜାର୍ଚନା
ଭଟଲି :- (ଅଭିମନ୍ୟୁ ପଧାନ ): ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଝାରପାଲି ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ସେହିପରି ବ୍ଲକର କଣ୍ଡପଲା, କପାସିରା, ଭୁକ୍ତା, ଅମ୍ବାଭୋନା, ଗଣ୍ଠିଆପାଲି, ରୁଚିଦା ଓ ଡୁଙ୍ଗୁରୀ ଆଦି ଗ୍ରାମରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ସହ ଚଣ୍ଡୀପାଠ ଓ ମହାଷ୍ଟମୀ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି। ବିଭିନ୍ନ ପୂଜାମଣ୍ଡପ ଓ ଦେବୀପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଝାରପାଲି ଗ୍ରାମରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଜ୍ୟୋତି ପ୍ରକାଶ ପଧାନ ଓ ତାଙ୍କ ପତ୍ନୀ ବବିତା ପଧାନ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଲେ ମୁଖ୍ୟ ପୁରୋହିତ ଅଶୋକ କୁମାର ମହାପାତ୍ର ଓ ସତ୍ୟନାରାୟଣ ପଣ୍ଡା ମନ୍ତ୍ରପାଠ କରି ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। କୈଶିକ, ମନବୋଧ ଓ ଶିଶିର ପୂଜାପାଠରେ ସହଯୋଗ କରିଥିଲେ। ଏହି ଅବସରରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେଡିର ରାଜ୍ୟ ଉପସଭାପତି ସୁବ୍ରତ ସିଂ ଓ ବିଶିଷ୍ଟ ସମାଜସେବୀ ଶିବାଜୀ ପଟେଲ, ପୂର୍ଣ୍ଣାନନ୍ଦ ବଢ଼େଇ, ପ୍ରମୁଖ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ପ୍ରତିଯୋଗିତା, କବି ସମ୍ମିଳନୀ, ଭଂଜନ ସନ୍ଧ୍ୟା ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲା l
