Spread the love

ନଭେମ୍ବର ୧୮ରୁ ବିଧାନସଭା ଅଧିବେଶନ, ଡିସେମ୍ବର ୩୧ ଯାଏଁ ଚାଲିବ ଗୃହ କାର୍ଯ୍ୟ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମୋଟ ୩୩ଟି କାର୍ଯ୍ୟଦିବସ ରହିଛି।

ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୧୮ ତାରିଖରେ ପ୍ରଥମ ଅତିରିକ୍ତ ବ୍ୟୟ ଅଟକଳ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ବିଧାନସଭାର ଆଗାମୀ ଅଧିବେଶନରେ ଆର୍ଥିକ ପ୍ରସଙ୍ଗ ସହ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା ପାଇଁ ମାର୍ଗ ପ୍ରସ୍ତୁତ ହେବ।

ନଭେମ୍ବର ୧୮ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ରାଜ୍ୟର ଆର୍ଥିକ ଯୋଜନା ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ପାଇଁ ଗୁରୁତ୍ୱ ବହନ କରୁଛି।

Leave a Reply

Your email address will not be published. Required fields are marked *