ନୂଆଗଡ ହାଇସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଭଟଲି (ଅଭିମନ୍ୟୁ ପଧାନ):- ଭଟଲି ବ୍ଲକ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆ ଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଥିଲା। ଆନନ୍ଦ ସାହୁ ଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯକ୍ରମ ରେ ଅଵସରପ୍ରାପ୍ତ ଶିକ୍ଷକ ଗିରିଧାରୀ ଯୋଶୀ ଅତିଥି ଭାବରେ ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ର ନିର୍ମାଣରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଭୂମିକା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଶିକ୍ଷକ ଗଜାନନ ବେହେରା ଆନନ୍ଦ ସାହୁ ଓ ରାଜେଶ ପଟେଲ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଶିକ୍ଷକ ଓ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।

