Spread the love

( ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାଟିଟେବୁଲ ଟ୍ରଷ୍ଟ ପକ୍ଷରୁ ଥଣ୍ଡା ପାନୀୟ ଜଳ ଏବଂ ୬ ଟି ସ୍ଥାନରେ ଉଜ୍ବଳ ଆଲୋକ ବ୍ୟବସ୍ଥା ର ଉଦଘାଟନୀ ଉଛବ ଅନୁଷ୍ଠିତ )

ଜଗତସିଂହପୁର ତା =3/10/24ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପଳାଶୋଳ ୟୁଥ ହେଲପିଙ୍ଗ ଵଏ ଚାରିଟେବୁଲ ଟ୍ରଷ୍ଟ ସଭାପତି ସମାଜସେବୀ ଅକ୍ଷୟ କୁମାର ମହାନ୍ତି ଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ପଳାଶୋଳ ପଞ୍ଚାୟତ କୁ ଜ଼ିଲ୍ଲା ରେ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବା ସହିତ ଜ଼ିଲ୍ଲା ରେ ପଳାଶୋଳ ପଞ୍ଚାୟତ କୁ ଏକ ନମ୍ବର ପଞ୍ଚାୟତ ଭାବେ ଗଢି ତୋଳିବା ଲକ୍ଷ୍ୟ ନେଇ ସ୍ଥାନୀୟ ଶନି ମନ୍ଦିର ନିକଟରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ସହିତ ଉଜ୍ବଳ ଆଲୋକ ବ୍ୟବସ୍ଥା | ଶାଳିଜଙ୍ଗା ସ୍ଥିତ ମା କନକ ସୁନ୍ଦରୀ ପୀଠ, ପଳାଶୋଳ ହାଡ଼ ଗାଡ଼ିଆ ଛକ, ବଳଦେବଜୀଉ ଛକ, ମା ବରୁଣେଇ ମନ୍ଦିର , ମା ନାରାୟଣୀ ମନ୍ଦିର ଆଦି ୬ ଟି ସ୍ଥାନରେ ଉଜ୍ବଳ ଆଲୋକ ବ୍ୟବସ୍ଥା ଏବଂ ମା ନାରାୟଣୀ ମନ୍ଦିର ସମ୍ମୁଖରେ ପ୍ରସାଦ ମଣ୍ଡପ ର ଶୁଭ ଉଦଘାଟନି ଉଛବ ଅନୁଷ୍ଠିତ ହୋଇଯାଇଛି |ପଳାଶୋଳ ପଞ୍ଚାୟତ ର ଶତାଧିକ ନରନାରୀ ଶନି ଛକ ନିକଟ ରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ରେ ବିଭିନ୍ନ ସ୍ଥାନ ପରିକ୍ରମା କରି ଉଦଘାଟନୀ ଉଛବ ରେ ଯୋଗଦେଇଥିଲେ | ଏହି ଉଛବ ରେ ପଳାଶୋଳ ସରପଞ୍ଚ ମେନକା ଦାସ, ପଳାଶୋଳ ୟୁଥ ହେଲପିଙ୍ଗ ଵଏ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ସ୍ମୁତି ରଞ୍ଜନ ବେହେରା, ସମିତି ସଭ୍ୟ ପ୍ରଦୂନ୍ନ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଉଦଘାଟନ କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ଉପ ସଭାପତି ଋତୁରାଜ ମହାନ୍ତି, ସହ ସମ୍ପାଦକ ଯାମିନୀ କାନ୍ତ ନନ୍ଦ, ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର ପରିଚାଳନା କରିଥିଲେ |ଶେଷରେ ମା ନାରାୟଣୀ ମନ୍ଦିର ରେ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା | ଏଥିରେ ପଞ୍ଚାୟତ ର ସମସ୍ତ ନରନାରୀ ବହୁ ସଂଖ୍ୟା ରେ ଯୋଗଦେଇଥିଲେ | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *