Spread the love

ବଡ଼ବିଲ ପୌରାଞ୍ଚଳରେ ବଜେଡି ଦଳର ପ୍ରତିଷ୍ଠା ଦିବସ ହର୍ଷ ଉଲ୍ଲାସ ସହକାରେ ପାଳନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବଡ଼ବିଲ ଠାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି ଏହି ପରିପ୍ରେକ୍ଷୀରେ ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଙ୍କ ପତେଖ୍ୟ ତତ୍ବାବଧନରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବଡ଼ବିଲ ପୌରାଞ୍ଚଳ ର ୱାର୍ଡ଼ ମେମ୍ବର ଙ୍କୁ ନେଇ ଅତି ହର୍ଷ ଉଲ୍ଲାସ ସହକାରେ କେକ୍ କାଟି ବଡ଼ବିଲ ନଗରପାଳ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମାରୋହରେ ପାଳନ କରିଥିବା ଦେଖିବାକୁ ମିଳିଥିଲା। ଏବଂ ଆଗାମୀ ଦିନରେ କିପରି ବିଜୁଜନତା ଦଳର ସଙ୍ଗଠନ ଲୋକଙ୍କ ହିତରେ କାର୍ଯ୍ୟ କରୁଛି ଓ ଆଗାମୀ ଦିନରେ ଲୋକଙ୍କ ସାଙ୍ଗରେ ରହିଛି ଓ ରହିଥିବ ସେ ବିଷୟରେ କହିବା ସହ ସମଗ୍ର ଓଡ଼ିଶା ବାସୀଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସଦା ସର୍ବଦା ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ସମସ୍ତ ୱାର୍ଡ଼ ମେମ୍ବର ମାନଙ୍କୁ ଉପଦେଶ ଦେଇଥିଲେ ନଗରପାଳ ଲକ୍ଷ୍ମଣ ମହାନ୍ତ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *