Spread the love

ଅଦିନିଆ ବର୍ଷାରେଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି, ତୁରନ୍ତ ରାଜ୍ୟ ସରକାର ତଦନ୍ତ କରି କ୍ଷତି ପୂରଣ ଦାବିରେ ଚାଷୀ

ଗୋଲାମୁଣ୍ଡା/୨୬/୧୨/୨୪/ଚାଷ କାମ ଯାହାର ଅଦିନିଆ ବର୍ଷା ରେ ମଣ୍ଡିରେ ଭିଜି ଯାଇଛି ଚାଷୀଙ୍କ ଧାନ, ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ପଲିଥିନରେ ପଡି ରହିଛି ହଜାର ହଜାର କୁଇଣ୍ଟାଲ ଧାନ, ଅମଳ କରି ବିକ୍ରୟ ସମୟରେ ଚାଷୀଙ୍କୁ ଶକ୍ତଧକା ଦେଇଛି, ଅଦିନିଆ ବର୍ଷା ରେ ଭିଜି ଯାଇଛି କୁଇଣ୍ଟାଲ କୁଇଣ୍ଟାଲ ଧାନ, ଚିନ୍ତା ଓ ମାନସିକ ଭରାରେ ଦୋହଲାଇ ଦେଇଛି ଚାଷୀଙ୍କ ମୁଣ୍ଡରେ, କେତେକ ମଣ୍ଡିରେ ପାଣି ଜମା ହୋଇ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି, ଭିଜା ଧାନ ଘରକୁ ନେବେ ନା ମିଲରସ୍ ନେବ ତାହା ଚାଷୀ ସନ୍ଦେହ ଘେରରେ, ସ୍ଵୟଂ ସହାୟକ ଗୋଷ୍ଠୀ , ମିଲରସ ଓ ଏଜେଣ୍ଟ ଙ୍କ କଟନି ଛଟନିରେ ଶିକାର ହେବେ ନାହିଁ ତୋ, ଜିଲ୍ଲାର ନିୟନ୍ତ୍ରିତ ବଜାର କମିଟି ବା ଆରଏ ମସି ଗୋଲାମୁଣ୍ଡା ବ୍ଲକ, ଧର୍ମଗଡ଼ ଓ ଜୁନାଗଡ ବ୍ଲକକୁ ନେଇ ଗଠିତ ହୋଇଛି, ଗୋଲାମୁଣ୍ଡା ବ୍ଲକରେ ୧୭ଟି ମଣ୍ଡି ଥିବା ବେଳେ ଗୋଟିଏ ମଣ୍ଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇ ଥିବା ବେଳେ ବାକି ୧୬ଟି ମଣ୍ଡିର ପ୍ୟାକ୍ସ ଧାନ କ୍ରୟ କରୁ ଥିବା ଜଣା ପଡ଼ିଛି, ମଣ୍ଡିର ଭିତ୍ତିଭୂମି ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟିଚାଷୀଙ୍କ ଠାରୁ ନିର୍ଦ୍ଧାରିତ ପ୍ରତିଶତର ଟିକସ ନେଇ ଥାନ୍ତି ହେଲେ ଦୁର୍ଭାଗ୍ୟ ବଶତଃ ଯେ କେତେକ ମଣ୍ଡିରେ ସେଡ ନାହି, ଚାଷୀ ଶୀତ ବର୍ଷା ରେଦିନ ଦିନ ଧରି ଧାନକୁ ଜଗି ବସିଥାନ୍ତି, ତାହାର ସତ୍ୟତା ଚିତ୍ର ଦେଖିବାକୁ ମିଳିଛି ଦଶପୁର ଧାନମଣ୍ଡି, ରେଙ୍ଗସା ପାଳି, ଚେରଗାଁ, ଫରଙ୍ଗ, ଖଳିଆ ପାଲି ଇତ୍ୟାଦି ମଣ୍ଡିରେ ଖୋଲା ଆକାଶ ତଳେ ପଲିଥିନ ତଳେ ପଡ଼ି ରହିଛି ହଜାର ହଜାର ଧାନ ବୋରା । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ଭଳି କାନ୍ଦୁଥିବା ରାଜନେତା, ଚାଷୀ ନେତା, ଓ ନିର୍ବାଚିତ ପ୍ରତିନିଧି ଠାରୁ ପ୍ରଶାସନ ମାନେ ମଧ୍ଯ ଏ ଦିଗରେ ଗୁରୁତ୍ତ୍ଵ ଧ୍ୟାନ ନ ଦେବା ଜଣା ପଡୁଛି , ଯାହା ଫଳରେ ଚାଷୀ ଆଜି ବି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି, ଦୀର୍ଘ ଦିନ ଧରି କ୍ଷମତାରେ ଭୋଗ କରି ଥିବା ତତ୍କାଳୀନ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନେଇ ନ ଥିବା ଚପ୍ରିଆ ଧାନ ମଣ୍ଡିରେ କୋଣ ସି ସରକାରୀ ପଦାଧିକାରୀ ଦେଖା ଦର୍ଶନ ଦେଉନାହାନ୍ତି ଯେଉ ଫୋନ୍ ନମ୍ୱର୍ ଦେଇ ଛନ୍ତି ବନ୍ଦ ରହିଛି ଫଲରେ ଚାଷୀ କାହାକୁ ବୁଝିବ କଣ କରିବ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଚାଷୀଙ୍କ ପ୍ରତୀ କି ପଦକ୍ଷେପ ନେଉଛନ୍ତି ଓ କ୍ଷୟ କ୍ଷତି ପୂରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା,ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉ ଜ

Leave a Reply

Your email address will not be published. Required fields are marked *