### ବନ୍ତଳା ଡିଗ୍ରୀ କଲେଜରେ ABVPର ବିଜୟଧାରା, ୪ ପଦରେ ନିର୍ଦ୍ୱନ୍ଦ୍ୱ ବିଜୟ
ଅନୁଗୋଳ: ଅନୁଗୋଳ ଜିଲ୍ଲାର ବନ୍ତଳା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ନିଜର ସଫଳତା ହାସଲ କରିଛି। ସଂଗଠନର ୪ ଜଣ ପ୍ରାର୍ଥୀ ବିଭିନ୍ନ ପଦପଦବୀରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।
ନିର୍ବାଚନରେ ରଜତ କୁମାର ବିଶ୍ୱାଳ ସଭାପତି, ସୁଚିତ୍ରା ନାୟକ ଉପସଭାପତି, ସତ୍ୟଜିତ୍ ସାହୁ ସାଧାରଣ ସମ୍ପାଦକ ଏବଂ ସୌମ୍ୟାଶ୍ରୀ ସାହୁ ସହ-ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଚାରିଟି ପ୍ରମୁଖ ପଦରେ ନିର୍ଦ୍ୱନ୍ଦ୍ୱ ବିଜୟ ପରେ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ଏହି ସଫଳତା ପରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ଆଶା, ଆକାଂକ୍ଷା ଓ ସମସ୍ୟାକୁ ଗୁରୁତ୍ୱ ଦେବା ସହ କଲେଜର ସାମଗ୍ରିକ ବିକାଶ ଦିଗରେ ନବନିର୍ବାଚିତ ପ୍ରତିନିଧିମାନେ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ମହାବିଦ୍ୟାଳୟର ଶିକ୍ଷାଗତ ପରିବେଶକୁ ଅଧିକ ଉନ୍ନତ କରିବା, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ଏବଂ ସେମାନଙ୍କ ସମସ୍ୟାର ସମାଧାନ ନୂତନ ଛାତ୍ରସଂସଦର ପ୍ରାଥମିକତା ହେବ ବୋଲି ଆଶା ପ୍ରକାଶ ପାଇଛି।
