Spread the love

ବାରିଆଥାନା ଅନ୍ତର୍ଗତରେ ଜୈନିକ ବ୍ୟକ୍ତି ନିଜ ଗାମୁଛାରେ ଫାଶିଲଗାଇ ଆତ୍ମହତ୍ୟା

କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ରେ ଜଣେ ବ୍ୟକ୍ତି ନିଜ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା।ସୂଚନା ଅନୁଯାୟୀ ବାରିଆ ଥାନା ଭୁଇଁପୁର ପଞ୍ଚାୟତ ସିରିକୁଆଁ ଗ୍ରାମରେ ଏପରି ଘଟଣା ଘଟିଥିବା ନେଇ ସୂଚନା। ସିରିକୁଆଁ ଗ୍ରାମର ଚୌଧୁରୀ ମହାନ୍ତ(୪୯) ନିଜେ ଧରିଥିବା ଗାମୁଛା ସାହାଯ୍ୟରେ ନିଜ ଘରଠାରୁ ଅଳ୍ପ ଦୂରରେ ବିଲ ନିକଟରେ ଥିବା ଏକ ଜାମୁଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ତେବେ ସ୍ଥାନୀୟ ଲୋକ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ସମ୍ପର୍କୀୟ ଲୋକଙ୍କୁ ଜଣାଇବାପରେ ଘର ଲୋକେ ସଙ୍ଗେସଙ୍ଗେ ବାରିଆ ଥାନାକୁ ଖବର ଦେଇଥିଲେ ।ଖବର ପାଇ ବାରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଶବ ବ୍ୟବଚ୍ଛେଦ କରି ଘର ଲୋଙ୍କଙ୍କୁ ହସ୍ତାନ୍ତର କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *