Spread the love

୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ଦେଢ଼ ହଜାର ନେଇଥିଲେ। ଆଜି ଦ୍ୱିତୀୟ କିସ୍ତିରେ ଅଢ଼େଇ ହଜାର ନେବା ବେଳେ ମାଡ଼ି ବସିଲେ ଭିଜିଲାନ୍ସ ଅଧିକାରୀ। ବୁଧବାର କିଛି ସମୟ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟର ଜୁନିଅର କ୍ଲର୍କ ସୁକାନ୍ତ କୁମାର ସିଂହ ଏବଂ ତାଙ୍କ ବ୍ୟକ୍ତିଗତ ସହଯୋଗୀ ମହେନ୍ଦ୍ର ସାହୁଙ୍କୁ ଏକ ପଞ୍ଜୀକୃତ ଟ୍ରଷ୍ଟ ଡିଡ୍ ହସ୍ତାନ୍ତର କରିବା ପାଇଁ ଜଣେ ଅଭିଯୋଗକାରୀ (ଟ୍ରଷ୍ଟ ବୋର୍ଡର କାର୍ଯ୍ୟକର୍ତ୍ତା)ଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରି ୨,୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।ସମସ୍ତ ଲାଞ୍ଚ ଟଙ୍କା ସେମାନଙ୍କଠାରୁ ଜବତ କରାଯାଇଛି।

ଅଭିଯୋଗକାରୀ ଏକ ଟ୍ରଷ୍ଟ ବୋର୍ଡର ସଦସ୍ୟ। ଏକ ରେଜିଷ୍ଟର୍ଡ ଟ୍ରଷ୍ଟ ଡିଡ୍‌ ହସ୍ତାନ୍ତର କରିବା ପାଇଁ କନିଷ୍ଠ କିରାଣି ସୁକାନ୍ତ କୁମାର ସିଂହ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଗତ ୧୧ ତାରିଖରେ ସୁକାନ୍ତଙ୍କୁ ଦେଢ଼ ହଜାର ଟଙ୍କା ଦେଇଥିଲେ। କିନ୍ତୁ ପୂରା ୫ ହଜାର ଟଙ୍କା ନଦେଲେ କାମ ହେବନି ବୋଲି ସେ କହିଥିଲେ।ଅନ୍ୟକୌଣସି ଉପାୟ ନପାଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ସେ ଆଜି କିରାଣି ସୁକାନ୍ତ କୁମାର ସିଂହଙ୍କୁ ଅଢ଼େଇ ହଜାର ଟଙ୍କା ଦେଇଥିଲେ। ଶ୍ରୀ ସିଂହ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଶ୍ରୀ ସିଂହଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

Leave a Reply

Your email address will not be published. Required fields are marked *