Spread the love

ବେଆଇନ ଛଟେଇକୁ ବିରୋଧ କରି ଚାଇଁପାଳ ଡିଭିଜନ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ବିଶାଳ ବିକ୍ଷୋଭ
ତାଳଚେର, ୦୭/୧୦ ଟିପିସିଡ଼ିଓଏଲ କମ୍ପାନୀ ପକ୍ଷରୁ ନିରୀହ ଠିକା ଓ ଆଉଟସୋର୍ସିଂ ବିଦ୍ୟୁତ୍ କର୍ମଚାରୀମାନଙ୍କୁ ବିନା କାରଣରେ ଅନ୍ୟାୟ ଓ ବେଆଇନ ଭାବେ ଛଟେଇ କରାଯାଉଥିବା ଅଭିଯୋଗ କରି କଟକରେ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି। କଟକ ଠିକା ବିଦ୍ୟୁତ୍ ଶ୍ରମିକ ସଂଘ ଓ କର୍ମଚାରୀମାନଙ୍କ ପକ୍ଷରୁ ବାଦାମବାଡ଼ିସ୍ଥିତ ଟିପିସିଡ଼ିଓଏଲ ସର୍କଲ ଅଫିସ୍ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ସହ ବିକ୍ଷୋଭ ଆୟୋଜିତ ହୋଇଥିଲା। ଏହି ବିକ୍ଷୋଭରେ କଟକ ଡିଭିଜନ-୧ ଓ ଡିଭିଜନ-୨ ଅଧୀନରେ ବିଦ୍ୟୁତ୍ ସେବା ଯୋଗାଇ ଆସୁଥିବା ହଜାର ହଜାର ଆଉଟସୋର୍ସ କର୍ମଚାରୀ ଯୋଗଦେଇ ନିଜର ଦାବି ଓ ଅସନ୍ତୋଷ ପ୍ରକାଶ କରିଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ବିଦ୍ୟୁତ୍ ବିଭାଗରେ ନିଷ୍ଠାର ସହ କାର‌୍ୟ୍ୟ କରିଆସୁଥିବା ଠିକା କର୍ମଚାରୀମାନଙ୍କୁ ବିନା ଉପଯୁକ୍ତ କାରଣ ଦର୍ଶାଇ ଚାକିରିରୁ ଛଟେଇ କରାଯାଉଛି। ଫଳରେ ଅନେକ କର୍ମଚାରୀ ଓ ସେମାନଙ୍କ ପରିବାର ଆର୍ଥିକ ଅନିଶ୍ଚିତତାରେ ପଡ଼ିଥିବା ସେମାନେ କହିଛନ୍ତି। ଏଥିସହ ଛଟେଇ ପ୍ରକ୍ରିୟାକୁ ନେଇ ଶକ୍ତି ବିଭାଗ ଓ ସରକାରଙ୍କ ଭୂମିକା ଉପରେ ମଧ୍ୟ ଆନ୍ଦୋଳନକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଛଟେଇ ହୋଇଥିବା କର୍ମଚାରୀମାନଙ୍କ ସମସ୍ୟାର ସମାଧାନ କରିବା ସହ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ସେହିପରି ଞଚଉଙଊଖ ଉଋଙଙ୍କ ବିରୋଧରେ ମଧ୍ୟ ଆନ୍ଦୋଳନକାରୀମାନେ ଅସନ୍ତୋଷ ପ୍ରକାଶ କରି କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଛଟେଇ ତୁରନ୍ତ ବନ୍ଦ କରିବାକୁ ଦାବି ଜଣାଇଛନ୍ତି। ଆନ୍ଦୋଳନକାରୀମାନଙ୍କ କହିବା ଅନୁଯାୟୀ, ଯେଉଁ କର୍ମଚାରୀମାନେ ଦିନରାତି ପରିଶ୍ରମ କରି ସହରବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି, ସେମାନଙ୍କ ଜୀବିକା ସହ ଖେଳ ନକରି ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ଆବଶ୍ୟକ। ଏହି ବିଶାଳ ବିକ୍ଷୋଭ ଫଳରେ ବାଦାମବାଡ଼ି ଟିପିସିଡ଼ିଓଏଲ ସର୍କଲ ଅଫିସ୍ ପରିସରରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଥିବା ବେଳେ ନିଜ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଠିକା ବିଦ୍ୟୁତ୍ ଶ୍ରମିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।ପ୍ରେସିଡେଣ୍ଟ. ଯୁଧିଷ୍ଠିର କୁମାର ବିଶ୍ୱାଳ ଭାଇସ ପ୍ରେସିଡେଣ୍ଟ. ହେମନ୍ତ କୁମାର ସାହୂ ସହ ସମ୍ପାଦକ. ଦିଲ୍ଲୀପ କୁମାର ନନ୍ଦ ଅନ୍ୟାନ୍ୟ l

Leave a Reply

Your email address will not be published. Required fields are marked *