ଭଟଲି ଆଇସିଡିଏସ୍ରେ ନୂଆ ସିଡିପିଓଙ୍କୁ ସମ୍ବର୍ଦ୍ଧନା
ଭଟଲି :- ଭଟଲି ଆଇସିଡିଏସ୍ରେ ନୂଆ ସିଡିପିଓ ଭାବେ ଉର୍ମିଳା ପରିଡ଼ା ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଗତ ଦୁଇ ମାସ ପୂର୍ବରୁ ତତ୍କାଳୀନ ସିଡିପିଓ ସୌରେନ୍ଦ୍ରୀ ମହାନନ୍ଦ ଅବସରଗ୍ରହଣ କରିବା ପରେ ଅମ୍ବାଭୋନା ସିଡିପିଓ ମାଳତୀ ନାଏକ ଭାରପ୍ରାପ୍ତ ଦାୟିତ୍ଵ ଗ୍ରହଣ କରିଥିଲେ। ତେବେ ଆଜି ଶ୍ରୀମତୀ ପରିଡ଼ା କାର୍ଯ୍ୟରେ ଯୋଗଦାନ ପରେ କାର୍ଯ୍ୟାଳୟର କର୍ମଚାରୀ ତଥା ଅଙ୍ଗନୱାଡି କର୍ମୀମାନେ ସ୍ବାଗତ ଜଣାଇଥିଲେ । ସୁପରଭାଇଜର ଅନିତା ପୁରୋହିତଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଶ୍ରୀମତୀ ପରିଡ଼ାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା। ନିଜର କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବା ସହିତ ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ବିଭିନ୍ନ ସରକାରୀ ସୁବିଧାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ଶ୍ରୀମତୀ ପରିଡ଼ା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହି ଅବସରରେ ଅମ୍ରିତା ସିକା, ରୁକୁଣୀ ଭୁଏ, ସବିତା ପାତ୍ର, ରୁକୁଣୀ ରଣା, ପ୍ରେମାନନ୍ଦ ଭୁଏ, ସଂକୀର୍ତ୍ତନ ପଧାନ, ପୁଷ୍ପା ପଶାୟତ, ଶିବାନୀ ଭୁଏ, ଶଶିଭୂଷଣ ନିଆଲଙ୍କ ସମେତ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନେ ଉପସ୍ଥିତ ଥିଲେ |

