Spread the love

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଲମ୍ବା ସମୟ ଧରି ବିମାନ ସେବା ବନ୍ଦ ରହିଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବାରୁ ଏହି ପଦକ୍ଷେପ ନିଆଯାଇଛି । ଭାରତ ଏବଂ ଚୀନ ମଧ୍ୟରେ ସିଧାସଳକ ଭାବେ IndiGo ଏୟାରଲାଇନ୍ ସେବା ଅକ୍ଟୋବର ୨୬ରୁ ଆରମ୍ଭ ହେବାକୁ ଯାଉଛି । ପୁଣି ବିମାନ ସେବା ଆରମ୍ଭ କରିବା ଏବଂ ଚୁକ୍ତିନାମା ସଂଶୋଧନ କରିବା ପାଇଁ ଦୁଇ ଦେଶ ବୈଷୟିକ ସ୍ତରୀୟ ଆଲୋଚନା କରିଛନ୍ତି । ଯାହାର ଘୋଷଣା ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ କରିଛି ।ସୂଚନାନୁଯାୟୀ, ଅକ୍ଟୋବର ଶେଷ ସୁଦ୍ଧା ବିମାନ ସେବା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ନୂଆଦିଲ୍ଲୀ ଗସ୍ତ ପରେ ଏହି ବିମାନ ସେବା ପୁଣି ଆରମ୍ଭ କରିବାର ପଦକ୍ଷେପ ନିଆଯାଇଛି । କିନ୍ତୁ ଉଭୟ ଦେଶର ବିମାନ କମ୍ପାନୀର ବାଣିଜ୍ୟିକ ନିଷ୍ପତ୍ତି ଏବଂ ପରିଚାଳନା ମାନଦଣ୍ଡ ଉପରେ ନିର୍ଭର କରିବ । ଏହି ଚୁକ୍ତିନାମା ଉଭୟ ଦେଶର ଲୋକଙ୍କ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଧୀରେ ଧୀରେ ସ୍ୱାଭାବିକ ହେବ ।ଅନ୍ୟପଟେ ୨୬ ଅକ୍ଟୋବରରୁ କୋଲକାତା ଏବଂ ଗୁଆଙ୍ଗଝୁ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ଇଣ୍ଡିଗୋ କହିଛି । ବିମାନ କମ୍ପାନୀ ଏହା ମଧ୍ୟ ଘୋଷଣା କରିଛି ଯେ ଏହା ଖୁବ୍ ଶୀଘ୍ର ଦିଲ୍ଲୀ ଏବଂ ଗୁଆଙ୍ଗଝୁ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବ । ଯାହା ଦୁଇ ଦେଶ ମଧ୍ୟରେ ସବୁ କିଛି ପୁନଃସ୍ଥାପିତ କରିବ ।

Leave a Reply

Your email address will not be published. Required fields are marked *