Spread the love

ମା’ କନକ ଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ନବମ ଦିବସରେ ମହିଷାସୁର ମର୍ଦିନି ଦେବୀ ବେଶରେ ଦର୍ଶନ ଦେଲେ ମା’

ଢେଙ୍କାନାଳ: ଢେଙ୍କାନାଳ ଦେଉଳ ସାହିସ୍ଥିତ ଜୁବୁଲି ଟାଉନରେ ମା’ କନକ ଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ନବରାତ୍ର ପୂଜାର ନବମ ଦିବସରେ ଦେବୀ ମା’ କନକ ଦୁର୍ଗା ମହିଷାସୁର ମର୍ଦିନି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

ପ୍ରତିଦିନ ମା’ଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା ଏବଂ ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ଏଥିସହ ଚଣ୍ଡୀପାଠ ଓ ସପ୍ତଚଣ୍ଡୀ ଯଜ୍ଞରେ ଆହୁତି ପ୍ରଦାନ କରାଯାଉଛି।

ମା’ଙ୍କ ନିକଟରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଉଛି। ପଣା ଭୋଗ, ମଧ୍ୟାହ୍ନରେ ଅନ୍ନଧୂପ, ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେଉଛି।ମା’ କନକ ଦୁର୍ଗା ଙ୍କ କୁମାରୀ ପୂଜା ସହ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଛି

ମା’ଙ୍କ ଏହି ପବିତ୍ର ପୂଜା ଉତ୍ସବ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବାବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।

Leave a Reply

Your email address will not be published. Required fields are marked *