Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ

 

ଜେ ବି ଏନ, ୦୮/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର/ପୁରୀ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତକରି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । କୋଭିଡ ପରିସ୍ଥିତି ପରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ପୁରୀ ଗସ୍ତ କରିଥିବା ଅବସରରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ମହାମାରୀ ସମୟରେ ଶ୍ରୀମନ୍ଦିରର ଦର୍ଶନ କରି ମୁଁ ଖୁସି l ମୁଁ ସେମାନଙ୍କୁ ଧନ୍ୟବାଦ୍ ଦେଉଛି ଯେଉଁମାନେ ମନ୍ଦିର ପାଇଁ ନିଜର ଜମି ପ୍ରଦାନ କରିଛନ୍ତି l ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଜମି ପ୍ରଦାନ କରି ଯେଉଁ ବଳିଦାନ କରିଛନ୍ତି ତାହା ବ୍ୟର୍ଥ ଯିବନାହିଁ l ଜଗନ୍ନାଥ ଙ୍କ କାର୍ଯ୍ୟକୁ କେହି ଅଟକାଇ ପାରିବ ନାହିଁ l ଖୁବଶୀଘ୍ର କେନ୍ଦ୍ର ସରକାର ଏହି ନୂତନ ନିଷ୍ପତ୍ତିକୁ ବଦଳାଇ ଦେବେ l