Spread the love

ରାଷ୍ଟ୍ରୀୟ ଏକତା ଦିବସରେ ଭୁବନେଶ୍ୱରରେ ପଦଯାତ୍ରା, ଯୋଗଦେବେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୩୦/୧୦: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆସନ୍ତାକାଲି (୩୧ ଅକ୍ଟୋବର) ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ। ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଏକ ପଦଯାତ୍ରା ଆୟୋଜନ କରାଯାଇଛି।

ଏହି ପଦଯାତ୍ରାରେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏକତା, ଅଖଣ୍ଡତା ଓ ଜାତୀୟ ସଂହତିର ବାର୍ତ୍ତା ପ୍ରସାର କରିବା ସହ ଦେଶ ପ୍ରତି ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।

ଆସନ୍ତାକାଲି ସକାଳ ୬ଟା ୪୫ ମିନିଟ୍‌ରେ କଳିଙ୍ଗ ଷ୍ଟାଡିୟମ୍‌ର ଗେଟ୍‌ ନମ୍ବର-୩ ଦେଇ ପ୍ରବେଶ କରି ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ନିକଟରୁ ଏହି ପଦଯାତ୍ରାର ଶୁଭାରମ୍ଭ ହେବ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ଏକତାର ବାର୍ତ୍ତାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ପାଇଁ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *