Spread the love

ଲେତେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରିଣ୍ଡୋଲ କ୍ଲଷ୍ଟର ସ୍ଥିତ ଲେତେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନିରୁଦ୍ଧ ଛତ୍ରିଆ ଙ୍କ ଅଧ୍ୟକ୍ଷତା ରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବ ର ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଭୋଇ , ସମ୍ମାନିତ ଅତିଥି ଭାବେ ଗ୍ରିଣ୍ଡୋଲ କ୍ଲଷ୍ଟର ସିଆରସିସି ଗଜିନ୍ଦ୍ରି ନାଏକ , ସ୍କୁଲ ଶିକ୍ଷ୍ୟା ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠିଆ, ମୁରଲୀ ଧର ପଟେଲ,ଯମୁନା ତୋଲ୍ଟିଆ,ବିଜ୍ଞାନ ଶିକ୍ଷକ କୁମୁଦ ଚନ୍ଦ୍ର ପଟେଲ୍ ,ଲଳିତ କୁମାର ମଙ୍ଗରାଜ,ମୁନା ବାଗ, ଛାତ୍ରସାଏ ନାଏକ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ସମସ୍ତ ଅତିଥି ବୃନ୍ଦ ଙ୍କୁ ଉପଢ଼ୌକନ ସହ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା। ଉତ୍ସବ ରେ ଉପସ୍ଥିତ ଅତିଥି ମାନେ ଶିକ୍ଷ୍ୟାର ମହତ୍ତ୍ଵ ବିଷୟରେ ବିଶେଷ ଭାବରେ ନିଜ ,ନିଜର ବକ୍ତବ୍ୟ ମାଧ୍ୟମରେ ଉଦବୋଧନ ଦେଇଥିଲେ। ସ୍ଥାନୀୟ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନିରୁଦ୍ଧ ଛତ୍ରିଆ ବାର୍ଷିକ ବିବଣୀ ପଠନ କରିଥିଲେ । ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ସହ ଗ୍ରାମର ଅନେକ ଭଦ୍ର ବ୍ୟକ୍ତି ଉପସ୍ଥିତ ହୋଇଥିଲେ ।ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହୋଇଥିବା ଛତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶିକ୍ଷକ ହମିଦ କୁମାର ବୋଡେକ୍ ସଭା ପରିଚାଳନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଶିକ୍ଷକ ଭୁଜବଳ ଧାରୁଆ,ଶିକ୍ଷୟତ୍ରୀ ଶ୍ରୀମତୀ କୁମୁଦିନୀ ସୁନା,ବାସନ୍ତୀ ଭୋଇ,ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା ।ଲେତେ ର ସ୍କୁଲ ଗୃହ ନିର୍ମାଣ କରାଯାଇଛି ହେଲେ ତୁର ନ୍ତ ତିଆରି କରା ନଗଲେ ଆଗକୁ ବଢ଼ିବାରେ ଅସୁବିଧା ହେବ, ବାହାର ପରିବେଶ ଅସୁନ୍ଦର ଖାଲୁଆ ସ୍ଥାନରେ ରହିଛି ବର୍ଷା ଦିନେ ପାଣି ବାହାରି ପାରିନାହିଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉ ଜ

Leave a Reply

Your email address will not be published. Required fields are marked *