Spread the love

ଡ଼ିମଲ୍ୟାଣ୍ଡ କ୍ରୀଡ଼ା ଓ ସାଂସ୍କୃତିକ କ୍ଲବର ରୈପ୍ୟ ଜୟନ୍ତୀ ପାଳନ

ଯାଜପୁର __ ଯାଜପୁର ଜିଲ୍ଲା ଦଶରଧପୁର ବ୍ଳକ୍ ଅନ୍ତର୍ଗତ ଖଣ୍ଡରା ପଞ୍ଚାୟତର ଇନ୍ଦାଶ ଠାରେ ଥିବା ଡ଼ିମଲ୍ୟାଣ୍ଡ କ୍ରୀଡ଼ା ଓ ସାଂସ୍କୃତିକ କ୍ଲବର ରୈପ୍ୟ ଜୟନ୍ତୀ ପାଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ବିଜୁଜନତା ଦଳର ପୃର୍ବତନ ସଂଗଠକ ପ୍ରଣବ ପ୍ରକାଶ ଦାସ ମଞ ଉଦଘାଟନ କରିଥିଲେ।ପରେ ସଂଧ୍ୟାରେ ଯାଜପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ସୁଜାତା ସାହୁ, ଦଶରଧପୁର ବ୍ଳକ୍ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲୀକ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲୀକ, ସମାଜସେବୀ ଜିତେନ୍ଦ୍ର ପ୍ରଧାନ, ଶିକ୍ଷାବିତ ରବିନ୍ଦ୍ର କୁମାର ପରିଡ଼ା, ସରପଞ୍ଚ କୁଞ ବିହାରୀ ଦାସ, ସମିତି ସଭ୍ୟ ରମାକାନ୍ତ ସେଠୀ, ସଭାପତି ସତ୍ୟନାରାୟଣ ରାଉତ, ସଂପାଦକ ସୁବୁତ୍ର କୁମାର ରାଉତ, ସଭାପତିତ୍ବ କରିଥିଲେ ପ୍ରାଧ୍ୟାପକ ପ୍ରସନ୍ନ ରାଉତ।ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତି ମାନଙ୍କୁ ଯାଜପୁର ବିଧାୟିକାଙ୍କ କରକମଳରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ଓଡ଼ିଶାର ପ୍ରସିଦ୍ଧି ଅର୍ଜନ କରିଥିବା ଚଳଚିତ୍ର କଣ୍ଠଶିଳ୍ପୀ ସୁବାସ ରାମଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା ଓ ଯାଜପୁର ରୋଡରୁ ଆସିଥିବା ବ୍ୟାସଶ୍ରୀ କଳାନିକେତନ ଦ୍ବାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *