Spread the love

*ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କ୍ୟାରିୟର ଗାଇଡେନସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ*

ବରଗଡ଼:୧୯/୧୧(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ଗୋଡ଼ଭଗାରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କ୍ୟାରିୟର ଗାଇଡେନସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।ଏହି ଅବସରରେ ପ୍ରଧାନ ଶିକ୍ଷକ ଅଭିଜିତ ସତୀଶ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ଏବିଇଓ କାର୍ତ୍ତିକ ବାଗ ଯୋଗ ଦେଇଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିୟର ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବରେ ଜିଲ୍ଲା ଶିକ୍ଷକ ଓ ଶିକ୍ଷା ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଗଗନ ବେହେରା,ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ,ଜନତା ହାଇସ୍କୁଲ ଗୋଡଭଗାର ଶିକ୍ଷୟିତ୍ରୀ କଲ୍ୟାଣୀ ସାମନ୍ତ ଏବଂ ଅତାବିରା ହାଇସ୍କୁଲର ଶିକ୍ଷକ ଆଶୁତୋଷ ବିଶ୍ୱାଳ ଯୋଗ ଦେଇଥିଲେ। ପ୍ରଥମ ଦିବସରେ ଛାତ୍ରଛାତ୍ରୀମାନଙ୍କର କ୍ୟାରିୟର ଗାଇଡେନସର ଆବଶ୍ୟକତା ବିଷୟରେ ପ୍ରଶିକ୍ଷକ ଗଗନ ବେହେରା ଆଲୋକପାତ କରିଥିବା ବେଳେ ପ୍ରଶିକ୍ଷକ ସଞ୍ଜୟ ଖମାରୀ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ବ ସହ କ୍ୟାରିୟର ପୋର୍ଟାଲର ବ୍ୟବହାର,କ୍ୟାରିୟର ଯୋଜନା, କ୍ୟାରିୟର ଗାଇଡେନସ ଓ କାଉନସେଲିଂର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଶିକ୍ଷୟିତ୍ରୀ କଲ୍ୟାଣୀ ସାମନ୍ତ ଏବଂ ଶିକ୍ଷକ ଆଶୁତୋଷ ବିଶ୍ୱାଳ ଶିକ୍ଷାର୍ଥୀମାନଙ୍କର ଆତ୍ମ ବିଶ୍ବାସ ଓ ବ୍ୟକ୍ତିତ୍ଵର ବିକାଶ କିପରି କରାଯାଇପାରିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ଅତାବିରା ଏବଂ ଭେଡେନ ବ୍ଲକର ସମସ୍ତ ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ପ୍ରଦତ୍ତ ପ୍ରସଙ୍ଗଗୁଡ଼ିକୁ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ସିଆରସିସି ରଶ୍ମୀରାଣୀ ନନ୍ଦ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପ୍ରଶିକ୍ଷକ ସଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *