Spread the love

(ସରକାରୀ ସହାୟତା ରୁ ବଞ୍ଚିତ ଉତ୍ତମ ଭୋଇ | ଭଙ୍ଗା କୁଡ଼ିଆ ରେ ବିତୁଛି ଜୀବନ )

ଜଗତସିଂହପୁର
ତା =24/5/23
ଜଗତସିଂହପୁର ପୌରାଞ୍ଚଳ ମରିଚାପଦା ଗ୍ରାମର ଗରିବ ଅସହାୟ ବର୍ଷୀୟ ବୃଦ୍ଧ ଉତ୍ତମ ଭୋଇ | ସ୍ୱାମୀ, ସ୍ତ୍ରୀ ଭଙ୍ଗା କୁଡିଆରେ ଦୟନୀୟ ଅବସ୍ଥାରେ ରହିଆସୁଛନ୍ତି। ଏହି ଅସହାୟ ବୁଦ୍ଧ ଦମ୍ପତି ଙ୍କର ସାହା ଭରଷା ବୋଲି କେହି ନାହାନ୍ତି। ଅସହାୟ ଉତ୍ତମ ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନାରେ ଖଣ୍ଡେ ବାସଗୃହ ମିଳିପାରିନାହିଁ। ଏହି ଖବର ପାଇ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ନିରୁପମା ପରିଡ଼ା ରଶ୍ମୀ ରଞ୍ଜନ ମହାନ୍ତି ବିଜେଦ୍ର ଦାସ ଶ୍ରଦ୍ଧାନନ୍ଦ ଜେନା ପ୍ରମୁଖ ଉତ୍ତମ ଙ୍କ ଘରେ ପହଞ୍ଚିଥିଲେ |
ଉତ୍ତମ ଙ୍କ ପାଖରେ ଅର୍ଥ ନ ଥିବାରୁ ଭଙ୍ଗା କୁଡିଆ ଚାଳକୁ ଛପର କରିବାକୁ ଅସମର୍ଥ । ଆଗକୁ ବର୍ଷା ଦିନ ଆସୁ ଥିବାରୁ ଉତ୍ତମ ଙ୍କ ଭଙ୍ଗା କୁଡିଆକୁ ବର୍ଷାରୁ ରକ୍ଷା କରିବା ପାଇଁ ସଂଗଠନ ତରଫରୁ ଏକ ଜରି ପାଲ କୁ ନେଇ ସାଙ୍ଗେ ସାଙ୍ଗେ ସଂଗଠନର କର୍ମକର୍ତ୍ତା ମାନେ ସେହି ଭଙ୍ଗା କୁଡିଆ ଉପରେ ଜରି ପାଲକୁ ପକାଇବା ସହିତ ଅସହାୟ ଉତ୍ତମ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖଣ୍ଡେ ବାସଗୃହ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ସଂଗଠନର ସଭାପତି ଶ୍ରୀ ବେହେରା ଦାବି କରିଛନ୍ତି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *