Spread the love

ସାତକୋଶିଆ ଅଭୟାରଣ୍ୟରେ ଅଭାଵନୀୟ ପରିସ୍ଥିତି ଦେଖ ଦେଇଛି । ଏକ ପଚି ସଢି ଯାଇଯାଇଥିଵା ଦନ୍ତାହାତୀ ହାତୀ ର ଶଵକୁ ଵନ ଵିଭାଗ ଉଦ୍ଧାର କରି ଶଵ ଵ୍ୟଵଛେଦ କରି ନିଜ କାର୍ଯ୍ୟ ସାରି ଦେଇଛନ୍ତି । ଉଦ୍ଧାର ଶଵ ର ମୁହଁ ଫାଟି ଥିଵା ସନ୍ଦେହ ରୁ ହାତୀ ଟି କିଛି ଵିଷ୍ଫୋରକ ପଦାର୍ଥ ଖାଇଵାଦଵାରା ଏମିତି ହୋଇଥିଵା ସନ୍ଦେହ ହେଉଛି । ଘଟଣା ଟି ସାତକୋଶିଆ ଅଭୟାରଣ୍ୟ ର ପମ୍ପାସର ଵନାଞ୍ଚଳ ଅନ୍ତର୍ଗତ କନ୍ତାରସିଙ୍ଗା ଝରଣାରେ ଘଟିଥିଲା ଵେଳେ ଗତ କାଲି ତା ୨୦/3/୨୫ ରିଖ ରେ ଵନ ଵିଭାଗ ର ଦୃଷ୍ଟି ଗୋଚର ହୋଇଥିଲା ।ପଚି ଯାଇଥିଵା ଯୋଗୁଁ ଵନ ଵିଭାଗ ର ନିସ୍କ୍ରିୟତା ସ୍ପଷ୍ଟ ଅନୁମୟ ଅଟେ । ଵହୁ ଦିନରୁ କର୍ମଚାରୀ ଙ୍କ ଫୁଟ୍ ପାଟ୍ରୋଲିଂ ହେଉ ନଥିବା ଓ ଵନ ଵିଭାଗ ଅଧିକାରୀ ମାନଙ୍କ ଜଙ୍ଗଲ ମଧ୍ୟରେ ଵୁଲା ଵୁଲି ନ କରିବା ଅଭିଯୋଗ ଅଞ୍ଚଳ ଵାସୀ ଙ୍କ ସୁତ୍ରରୁ ଜଣାପଡେ ।ଫଳରେ ଜଙ୍ଗଲରେ ଶିକାରୀ ମାନଙ୍କ ଅଵାଧ ଶିକାର ସମ୍ଭଵ ହେଵା କାରଣରୁ ଵାରହା ଶୀକରୀ ର ଵମ ରେ ହାତୀ ମୃତ୍ୟୁ ଘଟଣା ଅସ୍ଵୀକାର କରି ହେଵ ନାହିଁ ।ଅଭୟାରଣ୍ୟରେ ଏଵେ କର୍ମଚାରୀଙ୍କ ଦୁର୍ନୀତି ପଛରେ ଅଧିକାରୀ ଙ୍କ ଲୋଭାଶକ୍ତ ଆଚରଣ ସର୍ଵତ୍ର ଆଲୋଚନା ହେଉଛି ।ଵହୁପୁରାତନ ଶାଗୁଆନ ଗଛ କଟା ଯାଇ ସେଥିରେ ଦାମୀ ଵିଳସମୟ ଫର୍ଣିଚର ଅଧିକାରୀ ଙ୍କ ଘରକୁ ଵୁହା ହେଵା ଘଟଣା ତଦନ୍ତ ସାପେକ୍ଷ ।ଅଭିଯୋଗ ପରେ କଟା ଯାଇଥିଵା ଗଛ ଗୁଡ଼ିକର ମୂଳ କୁ ପରବର୍ତ୍ତୀ ସମୟରେ ଖୋଳି ଦେଵା ଘଟଣା ମଧ୍ୟରୁ କଟରଙ୍ଗ ଵିଟହାଉସ ନିକଟରେ ଥିବା ଵିଶାଳ ଶାଗୁଆନ ଗଛ ର ତଦନ୍ତ କିଏ କରିଵ ।ଜଣେ ମନ୍ତ୍ରୀ ଙ୍କ ସହପାଠୀ କହି ଵୁଲୁଥିବାରୁ ଅଧିକାରୀ ଙ୍କ ଵିରୋଧ ରେ ସଵୁ ଅଭିଯୋଗ ଏଵେ ନିସ୍ପ୍ରଭ ହେଉଛି ।

Leave a Reply

Your email address will not be published. Required fields are marked *