Spread the love

*ସେବାସଂକଳ୍ପ ଅଭିଯାନ ୨୦୨୬ ଅବସରରେ ୧୩୨ ୟୁନିଟ ରକ୍ତ ସଂଗ୍ରହ କଲା ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ସାନବଜାର ମଣ୍ଡଳ ଯୁବମୋର୍ଚ୍ଚା ।*

ବ୍ରହ୍ମପୁର, ୪/୧୦ : ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସୁଶାସନ ଓ ନିରନ୍ତର ଭାବେ ଦେଶ ସେବା କରିବା ସହ ଭାରତ ବର୍ଷକୁ ଯଶସ୍ବୀ କରିବାର ସ୍ୱପ୍ନକୁ ନେଇ ଭାତୀୟ ଜନତା ପାର୍ଟି ଦ୍ୱାରା ପାଳିତ ହେଉଥିବା “ସେବା ସଂକଳ୍ପ ଅଭିଯାନ” ଅବସରରେ ଆଜି ସେବା ଭାରତୀ ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ସାନ ବଜାର ମଣ୍ଡଳ ଯୁବମୋର୍ଚ୍ଚା ପକ୍ଷରୁ ଏକ “ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର” ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଅମର ସାହୁଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ରୋଟାରି କ୍ଲବ ଠାରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଏହି ଶିବିରର ଉଦଘାଟନ କରିଥିଲେ । ମାନବ ସେବା ହିଁ ମାଧବ ସେବା । ସମାଜ କଲ୍ୟାଣ ତଥା ରକ୍ତଦାନ ପରି ମହତ କାର୍ଯ୍ୟରେ ସାମିଲ ହୋଇଥିବା ସମସ୍ତ ଯୁବ ସାଥୀ ଓ ସ୍ୱେଚ୍ଛାସେବୀଙ୍କ ଉତ୍ସାହ ପ୍ରଶଂସନୀୟ । ସେବା, ସମର୍ପଣ ଓ ମାନବିକତାର ଏହି ମହତ୍ୱପୂର୍ଣ୍ଣ ପ୍ରୟାସ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସମାଜ ପ୍ରତି ଥିବା କର୍ତ୍ତବ୍ୟବୋଧ ଓ ଜନସେବା ପ୍ରତିବଦ୍ଧତାର ପ୍ରତିଫଳନ । ଏହି ମହତ ପ୍ରୟାସକୁ ସଫଳ କରିବା ପାଇଁ ସହଯୋଗ ଦେଇଥିବା ରକ୍ତଦାତା, ଚିକିତ୍ସକ ଏବଂ ପରିଶେଷରେ ଆୟୋଜକ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହି ଅବସରରେ ଛତ୍ରପୁର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବରିଷ୍ଠ ନେତା ସୁନିଲ କୁମାର ସାହୁ, ବିଜେପି ନେତା ତଥା ବରିଷ୍ଠ ଆଇନଜୀବି ଅଜିତ ଦାସ,ପ୍ରାପ୍ତନ ପ୍ରଦ୍ୟାପକ ଜେ ଶେଷଗିରି ରାଓ,ବରିଷ୍ଠ ଅଧିବକ୍ତା ନାରାୟଣ ପଣ୍ଡା,ରୋଟେରିଅନ୍ ଅଜିତ ରାଜୁ,ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି.ସମୋନଥ ପାତ୍ର,ଜିଲ୍ଲା ବିଜେପି ଉପସଭାପତି ପ୍ରବୀର ପାତ୍ର,ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ଶିବଶଙ୍କର ନାୟକ,ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରା,ପୂର୍ବତନ ମଣ୍ଡଳ ବିଜେପି ସଭାପତି ସରୋଜ ପାତ୍ର,ଏସ୍ ଶ୍ରୀନିବାସ,ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଏସ୍ ରାଣୀ,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବି. ରବି ରାଓ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଗୋପୀନାଥ ମହାରଣା,କୃଷ୍ଣଚନ୍ଦ୍ର ପୋଲାଈ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସୁମନ ରାଉଳ,ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶକ୍ତି ପଟ୍ଟନାୟକ,ଶୀତଲ ଜେନା,ସିରିଡି ବିକ୍ରମ,ରାହୁଲ ସାହୁ,ଜଗନ ମହାପାତ୍ର,ସୁନୀଲ ଦୋରା,କମଲ ପାତ୍ର,ଆକାଶ ଗୈାଡ଼,ମନୋଜ ପାଣିଗ୍ରାହୀ,ଆଶୁତୋଷ ଗୌଡ଼,ଲୋକନାଥ ସାହୁ,ଅର୍ଜୁନ ଦାସ, ତୁଷାର ସାମଲ,ତୋଫାନ ସେଠୀ,ଅଜୟ ଦାସ,ଶୁଭମ ବିଷୋୟୀ,ଚିନୁ ଡାକୁଆ,ଗଜେନ୍ଦ୍ର ଚୈାଧୁରୀ,ସନ୍ତୋଷ ପଟ୍ଟନାୟକ,ପ୍ରଦୀପ କୁମାର ସାହୁ ପ୍ରମୁଖଙ୍କ ସହ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *