ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ
ଅନୁଗୋଳ: ୨ ଅକ୍ଟୋବର ୨୦୨୬: ଅନୁଗୋଳ ବ୍ଲକ୍ ଅନ୍ତର୍ଗତ କାଙ୍ଗୁଲାବେନ୍ତପୁର ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଅଛି।

ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ କରିବା ସହ ଶିଶୁ ମାନଙ୍କର ସୁରକ୍ଷା,ଶିକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ,ଯେକୌଣସି ବାଲ୍ୟ ବିବାହ ଘଟଣାର ତୁରନ୍ତ ସୂଚନା ପ୍ରଦାନ କରିବା ସହ ପ୍ରତିରୋଧ କରିବା ନିମନ୍ତେ ସଂକଳ୍ପ ଓ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନିମନ୍ତେ ଗ୍ରାମ ସଭାରେ ସଂକଳ୍ପ ଓ ଶପଥ ପାଠ ଗ୍ରହଣ କରାଯାଇଥିଲା। ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ସହିତ ଶିଶୁ ଓ କିଶୋରମାନଙ୍କ ଅଧିକାର, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ଏହି ସଭା ମାଧ୍ୟମରେ ସଂକଳ୍ପ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱ ଯୁବ କେନ୍ଦ୍ର ର ପ୍ରକଳ୍ପ ସହାୟୀକା ସୋନାଲିସା ଶବର ଯୋଗ ଦେଇଥିଲେ।
