ହାତି ଦଳକୁ ଉତେଜିତ୍ତ ଓ ଫଟୋ ଉତୋଳନ କରିବାରେ ବିରୋଧ କରିବାରୁ ଗଜମିତ୍ରଙ୍କୁ ଆକ୍ରମଣ
ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ
ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନାର ତୁଳସୀପାଳ ଗ୍ରାମରେ ଗଜମିତ୍ରଙ୍କୁ ଆକ୍ରମଣ ନେଇ ଥାନା ରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ସୂଚନା ମୁତାବକ ତୁଳସୀପାଳ ଗ୍ରାମର ଷଣ୍ଢପଥର ଅଞ୍ଚଳରେ ଦଳ ହାତୀ ରହିଥିଲେ। ଅଞ୍ଚଳରେ ହାତୀ ର ସୁରକ୍ଷା ପାଇଁ ଗଜମିତ୍ର ମାନେ ଉପସ୍ଥିତ ଥିଲେ। ଗ୍ରାମର କିଛି ଯୁବକ ହାତୀ ନିକଟକୁ ଯାଇ ବିରକ୍ତ କରିବା ସହ ଟେକା ପଥର ସାହାଯ୍ୟରେ ଆକ୍ରମଣ କରୁଥିଲେ। ଗଜମିତ୍ର ମାନେ ଏହି କାର୍ଯ୍ୟକୁ ବିରୋଧ କରିବାରୁ ଗ୍ରାମର ଧୂଲେଶ୍ବର ସେଠୀ ଙ୍କ ପୁଅ କୃଷ୍ଣ ସେଠି ଓ ପ୍ରଶ୍ନ ବେହେରାଙ୍କ ପୁଅ ପ୍ରବିଣ ବେହେରା ଝଗଡ଼ା କରିଥିଲେ। ଶେଷରେ ଦୁଇ ଯୁବକ ଉତକ୍ଷୀପ୍ତ ହୋଇ ଟେକା ପଥର ସାହାଯ୍ୟରେ ଗଜମିତ୍ରଙ୍କୁ ଆକ୍ରମଣ କରି ଆହତ କରିଥିଲେ। ଏହା ବିଷୟରେ ବନ ଅଧିକାରୀ ସୂଚନା ପାଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
