Spread the love

*ହାତୀ, ମାଙ୍କଡ଼ ଓ ବାର୍‌ହା ଆତଙ୍କର ସ୍ଥାୟୀ ସମାଧାନ ଦାବିରେ ନଭେମ୍ବର ୧୩ରେ ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ*

ଢେଙ୍କାନାଳ, ୯/୧୧: ହାତୀ, ମାଙ୍କଡ଼ ଓ ବାର୍‌ହାଙ୍କ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲାର ଚାଷୀ ଓ ସାଧାରଣ ଲୋକ। ଫସଲ ନଷ୍ଟ ସହ ଜନଜୀବନ ଓ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ଦାବିରେ ଆସନ୍ତା ନଭେମ୍ବର ୧୩ ତାରିଖରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।

ଏନେଇ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଢେଙ୍କାନାଳ ଜିଲ୍ଲାସ୍ତରୀୟ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ,ରାଜ୍ୟ ସଂଯୋଜକ ରଶ୍ମି ରଞ୍ଜନ ସ୍ୱାଇଁ ,ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଯୋଗଦେଇଥିଲେ।

ବୈଠକରେ ଶ୍ରୀ କୁମାର ଚାଷୀ, ଯୁବକ ଓ ମହିଳାମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ବନ୍ୟଜନ୍ତୁଙ୍କ ଉପଦ୍ରବ ଯୋଗୁଁ ଚାଷୀଙ୍କ ବର୍ଷକର ପରିଶ୍ରମ ନଷ୍ଟ ହେଉଛି। ହାତୀ, ମାଙ୍କଡ଼ ଓ ବାର୍‌ହାଙ୍କ ଆକ୍ରମଣ ଏବଂ ଫସଲ ନଷ୍ଟ ଘଟଣା ବୃଦ୍ଧି ପାଉଥିବା ସତ୍ତ୍ୱେ ଏହାର ସ୍ଥାୟୀ ପ୍ରତିକାର ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ତେଣୁ ଚାଷୀଙ୍କ ସୁରକ୍ଷା, ଫସଲ କ୍ଷତିର ଉପଯୁକ୍ତ କ୍ଷତିପୂରଣ ଏବଂ ବନ୍ୟଜନ୍ତୁ ଉପଦ୍ରବ ରୋକିବା ପାଇଁ ପ୍ରଶାସନ ତୁରନ୍ତ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ।
ଶ୍ରୀଯୁକ୍ତ ଜେନା କହିଥିଲେ ହାତୀ ମାଙ୍କଡ଼ ବାରହା ଏବଂ ଷଣ୍ଢ ଉପଦ୍ରବ , ମଣ୍ଡି ସମସ୍ୟା ନିଶା ମୁକ୍ତ ବ୍ୟବସ୍ଥା ଭତ୍ତା ଟଙ୍କା ଫେରସ୍ତ ସହ ତିନି ହଜାର କୁ ବୃଦ୍ଧି କୁ ନେଇ ଗାଁ ଗାଁ ରେ ପ୍ରସ୍ତୁତି ଆରମ୍ଭ ହେଇଗଲାଣି ଆଗାମୀ ନଭେମ୍ବର ୧୩ ତାରିଖ ରେ ହଜାର ହଜାର ଚାଷୀ ଢେଙ୍କାନାଳ ର ଗାଁ ଗାଁ ରୁ ଆସି ବଜିଚୌକ ଛକ ରୁ ରାଲି ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହିତ ଜବାବ୍ ମଗାଯିବ

ଏହି ଦାବିଗୁଡ଼ିକୁ ନେଇ ନଭେମ୍ବର ୧୩ ତାରିଖରେ ହେବାକୁ ଥିବା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉରେ ଜିଲ୍ଲାର ଚାଷୀ, ଯୁବକ, ମହିଳା ଓ ସାଧାରଣ ଜନତା ବହୁ ସଂଖ୍ୟାରେ ସାମିଲ ହେବାକୁ ସଂଗଠନ ପକ୍ଷ ରୁ ଆହ୍ୱାନ ଦିଆଯାଇଛି।

ଆଜିର ବୈଠକରେ ମହିଳା ସଂଯୋଜିକା ମଧୁମିତା ସାମଲ ,ଜିଲ୍ଲା ସଭାପତି ପ୍ରହଲ୍ଲାଦ ସାହୁ , ସଂଯୋଜକ ଚନ୍ଦ୍ରଶେଖର ବରାଳ,ରାଜ୍ୟ କମିଟି ସଭ୍ୟ ପ୍ରସନ୍ନ କୁଅଁର , ପୁରୀ ଜିଲ୍ଲା ପ୍ରଭାରୀ ଦୁର୍ଗା ପ୍ରସାଦ ସ୍ୱାଇଁ,ଜିଲ୍ଲା ସହ ସଂଯୋଜକ ସୁଧାକର ପରିଡ଼ା, କେନ୍ଦ୍ରାପଡ଼ା ସଂଯୋଜକ ଅକୁର ପଲେଇ,ସୁରେନ୍ଦ୍ର ମହାରଣା, ନିରଞ୍ଜନ ପ୍ରଧାନ, ଗଣେଶ ବେହେରା, ଜୁଲଫଟ ଅଲ୍ଲୀ,ରଥ ସେଠୀ ,ଦୁଷ୍ମନ୍ତ ଗଡ଼ନାୟକ,ଜିଲ୍ଲା ମହିଳା ନେତ୍ରୀ ବାସନ୍ତୀ ସ୍ୱାଇଁ , ଉର୍ବଶୀ ପଣ୍ଡା , ଟିକିଲି ପଣ୍ଡା,ନରହରି ନାୟକ,ଶ୍ରୀନିବାସ ବିଶ୍ୱାଳ,ଜଗବନ୍ଧୁ ସାହୁ, ଚନ୍ଦ୍ରମଣି ସାହୁ,ଗନ୍ଧର୍ବ ସାହୁ, ପ୍ରମୋଦ ସାହୁ, ନିରଞ୍ଜନ ନାୟକ,ରଘୁନାଥ ସିଂ,ବିଶ୍ୱନାଥ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You missed