::ହିର୍ଲିପାଲି ରେ ନୂଆଖାଇ ଭେଟଘାଟ ବଡ଼ ଧୁମଧାମ ରେ ପାଳିତ:: ବରଗଡ:୨୯/୯(ପବିତ୍ର ମେହେର) ମହାନଦୀ କୋଲଡ ଲିମିଟେଡ଼ ଆନୁକୂଲ୍ୟରେ ଚକାବେନି ସାଂସ୍କୃତିକ କଲାପରିଷଦ ତରଫରୁ ଅତାବିରା ବ୍ଲକ ହିଲ୍ଲିପାଲିରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ କବିତା ସାହୁ, ସମିତି ସଭ୍ୟ ବିଦ୍ୟାଧର ପଧାନ ଓ ପୋଲିସ ଅଧିକାରିଣୀ ଜୟନ୍ତୀ ଦୀପ ପ୍ରମୁଖ ଯୋଗଦାନ କରିଥିଲେ l ଏଥିରେ ଦଶ ଜଣଙ୍କୁ ଓଡିଶା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପରିଚାଳନାରେ ଦିବାକର, ଦେବରାଜ, ଲଳିତ, ଶେଷଦେବ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଅନୁଷ୍ଠାନର ସମ୍ପାଦିକା ନୀଳିମା କଣ୍ଟା ଧନ୍ୟବାଦ ଦେଇଥିଲେ।


